spot_img

ଆନ୍ତର୍ଜାତୀକ କ୍ରିକେଟରୁ ଅବସର ନେବେ ମହମ୍ମଦ ଆମିର

ଲାହୋର: ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିର ଆନ୍ତର୍ଜାତୀକ କ୍ରିକେଟ ଛାଡିବାର ନିଷ୍ପତି ନେଇଛନ୍ତି । ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କୁ ‘ମାନସିକ ନିର୍ଯ୍ୟାତନା’ ଦେଉଥିବାର ଅଭିଯୋଗ ଆଣିଛନ୍ତି । ଅମୀରଙ୍କ କହିବା ଅନୁସାରେ, ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କ ସହ ଏପରି କଲେ ସେ ଆଗକୁ ଆଉ କ୍ରିକେଟ ଖେଳି ପାରିବେ ନାହିଁ ବୋଲି କହିଛନ୍ତି । ଏହା ସହ ବର୍ତ୍ତମାନର ପାକିସ୍ତାନୀ ଦଳ ପରିଚାଳନାରେ ସେ ଖେଳିବା ପାଇଁ ଚାହୁଁ ନାହାଁନ୍ତି ବୋଲି ସିଧାସଳଖ ମନା କରି ଦେଇଛନ୍ତି । ନୁ୍ୟଜିଲାଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପାଇଁ ତାଙ୍କୁ ଦଳରୁ ଦୂରେଇ ରଖାଯାଇଛି । ଏପରି କରି ତାଙ୍କୁ କ୍ରିକେଟ ଠାରୁ ଦୂରେଇ ଦେବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଅମୀର । ଅନ୍ୟପଟେ ମହମ୍ମଦ ଅମୀର ୨୦୧୯ ଜୁନ ଠାରୁ ଟେଷ୍ଟ ମ୍ୟାଚର ଅବସର ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular