ପୁରୀ: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ କୁମାର ଉତ୍ସବ ସମିତି ଏବଂ ବୋଡିଙ୍ଗ ଛକ ଗଣେଶ ପୂଜା କମିଟି ପକ୍ଷରୁ ସ୍ଥାନୀୟ ବୋଡିଙ୍ଗ ଛକ ଠାରେ ଜଳଛତ୍ର ଏବଂ କରୋନା ସଚେତନ କେନ୍ଦ୍ରକୁ ଉଦ୍ଘାଟନ କରାଯାଇଛି । ଆଗାମୀ ଦୁଇ ମାସ ପର୍ୟ୍ୟନ୍ତ ଏହି କାର୍ୟ୍ୟକ୍ରମ ଚାଲିବ । ଏହି କାର୍ୟ୍ୟକ୍ରମରେ ପୁରୀ ବିଧାୟକ ( କୁମାର ଉତ୍ସବ ସମିତି ର ଅଧକ୍ଷ) ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ପୁରୀ ବିକାଶ ପରିଷଦ ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ବସ୍ତିଆ, ସମାଜସେବୀ ଚକ୍ରଧର ମହାପାତ୍ର, ଅନୁଷ୍ଠାନ ର କାର୍ୟ୍ୟକାରୀ ସଭାପତି ଶ୍ରୀଯୁକ୍ତ ରାଜେଶ ମିଶ୍ର, ଆଦିତ୍ୟ ମିଶ୍ର ଓ ସୁକାନ୍ତ ପଣ୍ଡା, ଅତିଥି ରୂପେ ଯୋଗ ଦେଇଥିଲେ ।
ଜ୍ଞାନ ରଞ୍ଜନ ବାରିକ, ବୁଟୁ ସାହୁ, ମିଟୁ ସାହୁ, ସୁମନ ମିଶ୍ର, ଲଳିତ କୁମାର ପରିଡ଼ା, ଅନୁଷ୍ଠାନର ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା ଏହି କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0