spot_img

ଖୋଲିଲା ଭିତରକନିକା, ପ୍ରଥମ ଦିନରେ ୧୩ ପର୍ଯ୍ୟଟକ

ରାଜନଗର : ଦୀର୍ଘ ୭ମାସ ପରେ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ କରୋନା କଟକଣା ମଧ୍ୟରେ ଖୋଲାଯାଇଛି। ପ୍ରଥମ ଦିନରେ ଭିତରକନିକାକୁ ୧୩ଜଣ ପର୍ଯ୍ୟଟକ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗର ୬ଜଣ ପର୍ଯ୍ୟଟକ ଡାଙ୍ଗମାଳଠାରେ ଥିବା ଚିତଲ କଟେଜର ୨ଟି ରୁମ୍ ବୁକ୍ କରିଛନ୍ତି। ସେହିପରି କେନ୍ଦ୍ରାପଡ଼ାର ୭ଜଣ ପର୍ଯ୍ୟଟକ ହେରେନ କଟେଜର ୩ଟି ରୁମ୍ ବୁକିଂ କରି ରହିଛନ୍ତି। ଚିତଲ କଟେଜ ରୁମ ପିଛା ୫ହଜାର ୮୦୦ ଏବଂ ହେରେନ କଟେଜ ପାଇଁ ରୁମ୍ ପିଛା ୬ହଜାର ୩୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିଥିବା ଜଣାପଡ଼ିଛି। ପର୍ଯ୍ୟଟକଙ୍କ ପାଇଁ ୭ମାସ ପରେ ଭିତରକନିକା ଖୋଲାଯିବା ପରେ ରୁମଗୁଡିକ ବିଶୋଧନ କରାଯାଇଛି। ସେହିପରି ପର୍ଯ୍ୟଟକମାନଙ୍କୁ ହ୍ୟାଣ୍ଡ ସାନିଟାଇଜର ଓ ମାସ୍କ ପ୍ରଦାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular