spot_img

ମାଲକାନଗିରି ବିଏସଫକୁ ମିଳିଛି ବଡ ସଫଳତା

ମାଲକାନଗିରି: ମାଲକାନଗିରି ବିଏସଫକୁ ମିଳିଛିି ବଡ ସଫଳତା । ମାଲକାନଗିରି ଜିଲ୍ଳା କାଲିମେଳା ବ୍ଲକ ଅନ୍ତର୍ଗତ ରାଜୁଲକୋଣ୍ଡା ଜଙ୍ଗଲରେ ବିଏସଫ ବାଟାଲିୟନର ଯବାନମାନେ ୨୧ କିଲୋଗ୍ରାମ ଜିଲୋଟିନ ଜବତ କରିଥିବା ଜଣାପଡିଛି । ସୂଚନା ମୁତାବକ, ଗତକାଲି ୭୬ ବିଏସଫ ବାଟାଲିୟନର ଯବାନ ଅପରେସନକୁ ଯାଇଥିବା ବେଳେ ଜଙ୍ଗଲରେ ଜିଲୋଟିନ ରଖାଯାଇଥିବା ଖବର ପାଇଥିଲେ। ଏହାପରେ ସେଠାରେ ପହଞ୍ଚି ମାଓବାଦୀମାନେ ବସ୍ତାରେ ଭର୍ତ୍ତିକରି ପାହାଡ଼ ନିକଟରେ ଲୁଚାଇଥିବା ୨୧ କିଲୋ ଜିଲୋଟିନ ଯବାନମାନେ ଜବତ କରିଥିଲେ। ମାଓବାଦୀମାନେ ଏହାକୁ ଲ୍ୟାଣ୍ଡମାଇନରେ ବ୍ୟବହାର କରି ପୁଲିସକୁ ଟାର୍ଗେଟ କରିଥାନ୍ତି ବୋଲି ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular