spot_img

ଗୃହରେ ଦିବ୍ୟଶଙ୍କର ଙ୍କୁ ବିରୋଧ କଲେ ବିରୋଧୀ

ଵିଧାନସଭାରେ ଆଜିଠାରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାବେଳେ କଂଗ୍ରେସ ପକ୍ଷରୁ ବିରୋଧ ଜୋରଦାର କରାଯାଇଛି ବିଧାନସଭା ଗେଟ ସାମ୍ନାରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିବାବେଳେ ବ୍ୟାନର ଧରି କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମମିତା ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତି ନେଇ କଂଗ୍ରେସ ବିଧାୟକମାନେ ଅଭିଯୋଗ କରି ପ୍ରତିବାଦ କରିଛନ୍ତି । କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରାଯାଇଥିବାବେଳେ ପବିତ୍ର ଗୃହକୁ ମନ୍ତ୍ରୀ ଆସିଲେ ଗୃହ ଅପବିତ୍ର ହେବ ବୋଲି କଂଗ୍ରେସ କହିଛି । ଏହା ଯୋଗୁ ଦିବ୍ୟଶଙ୍କରଙ୍କୁ ଗୃହରେ ପୁରାଇନଦେବାକୁ କଂଗ୍ରେସ ବିଧାୟକମାନେ ଧାରଣା ଦେଇଛନ୍ତି ଜ୍ଝସୂଚନା ଥାଉ କି ତିନୋଟି ପ୍ରଵେଶ ପଥରୁ ଦୁଇଟିରେ ବିଧାୟକମାନେ ବିକ୍ଷୋଭ କରୁଛନ୍ତି ଏବଂ ମୁଖ୍ୟ ପ୍ରବେଶ ପଥରେ ପକାଯାଇଥିବା ତାଲାକୁ ଭଙ୍ଗା ଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular