ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ପୁରୁଣା ଗାଡି ସ୍କ୍ରାପିଂ ନୀତି ଅପଣାଉଥିବା ଲୋକ ନୂଆଗାଡି କିଣିଲେ ମିଳିବ ୫ ପ୍ରତିଶତ ରିହାତି। କିଛିଦିନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁରୁଣା ଓ ଅଯୋଗ୍ୟ ଗାଡିକୁ ସ୍କ୍ରାପିଂ କରାଇବା ନେଇ ଏକ ପଲିସି ଘୋଷଣା କରିଥିଲେ। ଅର୍ଥମନ୍ତ୍ରୀଙ୍କ ଘୋଷଣା ଥିଲା କି ସ୍କ୍ରାପିଂ ପାଇଁ ଘରୋଇ ଯାନ ୨୦ ବର୍ଷ ଓ ବ୍ୟବସାୟିକ ଯାନର ସମୟ ସୀମା ୧୫ ବର୍ଷ ରହିଛି। ଏହାସହ ନିତୀନ ଗଡକରୀ କହିଛନ୍ତି କି ଏହି ନୀତି ୪ ଭାଗରେ ବିଭକ୍ତ କରାଯାଇଛି। ପ୍ରଦୁର୍ଷଣ କରୁଥିବା ଗାଡି ମାନଙ୍କ ଉପରେ ଗ୍ରୀନ ଟ୍ୟାକ୍ସ ଓ ଅନ୍ୟ ଟ୍ୟାକ୍ସର ପ୍ରାବଧାନ ରହିଛି। ଏହାସହ ଏହି ଗାଡିଗୁଡିକ ରାସ୍ତାରେ ଚାଲିବାକୁହେଲେ ଫିଟନେସ୍ ଓ ପ୍ରଦୁର୍ଷଣ ପରୀକ୍ଷଣର ଆବଶ୍ୟକତା ରହିଛି। ଏନେଇ ଦେଶରେ ସ୍ୱଚାଳିତ ଫିଟନେସ୍ କେନ୍ଦ୍ରର ଆବଶ୍ୟକତା ରହିଛି ଓ ଏନେଇ ସରକାର କାମ ଆରମ୍ଭ କରିଦେଇଛନ୍ତି ବୋଲି ସେ କହିଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0