ଓସ୍କାରରେ ଏଣ୍ଟ୍ରି ମାରିଲା କରିସ୍ମା ଦେବ ଦୁବେଙ୍କ ନିର୍ଦ୍ଦେଶିତ ସର୍ଟ୍ଟ ଫିଲ୍ମ ‘ବିଟୁ’। ଏହି ଫିଲ୍ମଟି ଓସ୍କାର ପାଇଁ ଶ୍ରେଷ୍ଠ ୧୦ ତାଲିକାରେ ଅଛି । ଏଥି ସହିତ, ମାଲାୟାଲମ୍ ଚଳଚ୍ଚିତ୍ର ‘ଜଲିକଟ୍ଟୁ’ ବିପୁଳ ସଫଳତା ପାଇବା ପରେ ଓସ୍କାର ଦୌଡ଼ରୁ ବାଦ ପଡ଼ିଛି। ବିଟ୍ଟୁ’ ଫିଲ୍ମକୁ ଲାଇଭ୍ ଆକ୍ସନ୍ ଶର୍ଟ ଫିଲ୍ମ କ୍ୟାଟେଗୋରୀ ପାଇଁ ଚୟନ କରାଯାଇଛି। ‘ବିଟ୍ଟୁ’ ବ୍ୟତୀତ ଆଉ ୯ଟି ଶର୍ଟ ଫିଲ୍ମ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ଖୋଦ୍ ଏକତା କପୁର ଓ ତାହିରା କଶ୍ୟପ୍ ସୋଶାଲ ମିଡିଆରେ ଏହି ଖୁସି ଖବର ଶେଆର୍ କରିଛନ୍ତି। ଏହି ଫିଲ୍ମଟି ‘ଇଣ୍ଡିଆନ୍ ୱିମେନ୍ ରାଇଜିଂ’ ପ୍ରୋଜେକ୍ଟ ଅଧିନରେ ତାହିରା କାଶ୍ୟପ, ଏକତା କପୁର ଏବଂ ଗୁନିତ ମୋଙ୍ଗାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ଏହି ଫିଲ୍ମଟି ପାଖାପାଖି ୧୮ଟି ଫିଲ୍ମ ଫେଷ୍ଟିଭାଲରେ ଦେଖାସରିଲାଣି। ଫିଲ୍ମଟି ତା’ର ଦମଦାର କାହାଣୀ ଓ ଅଭିନୟ ଦ୍ୱାରା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ସବୁଠି ଏହା ବେଶ ପ୍ରଶଂସା ମଧ୍ୟ ସାଉଁଟିଛି। ଫିଲ୍ମରେ ଦୁଇଟି ସ୍କୁଲ ପିଲାଙ୍କ କାହାଣୀ ଦେଖାଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0