ବଲିଉଡ୍ ଆକ୍ଟର ରଣବୀର ସିଂ ନିଜ ଫିଲ୍ମ ‘ସର୍କସ’କୁ ନେଇ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ସହ ଜଡ଼ିତ ଆଉ ଏକ ଖବର ସାମ୍ନାକୁ ଆସିଛି। ତାହା ହେଉଛି, ଫିଲ୍ମର ଡାଇରେକ୍ଟର ରୋହିତ ଶେଟ୍ଟୀ ‘ସର୍କସ’ର ରିଲିଜ୍ ତାରିଖ ବିଷୟରେ ଘୋଷଣା କରିଛନ୍ତି। ରିପୋର୍ଟ ମୁତାବକ, ଏହି ଫିଲ୍ମକୁ ଚଳିତବର୍ଷ ଡିସେମ୍ବର ଶେଷ ନଚେତ୍ ନୂଆ ବର୍ଷ ସପ୍ତାହରେ ରିଲିଜ୍ କରି ଦିଆଯିବ। ଫିଲ୍ମର ଶୁଟିଂ ୨୦୨୦ ନଭେମ୍ବରରୁ ମୁମ୍ବାଇର ମେହବୁବ୍ ଷ୍ଟୁଡିଓରେ ଆରମ୍ଭ ହୋଇସାରିଛି। ଫିଲ୍ମରେ ରଣବୀର ସିଂ, ପୂଜା ହେଗଡେ ଓ ଜ୍ୟାକଲିନ୍ ଫର୍ନାଡିଜ୍ଙ୍କୁ ମେନ୍ଲିଡ କାଷ୍ଟ ପାଇଁ ସାଇନ୍ କରାଯାଇଛି। ଏହି ଫିଲ୍ମକୁ ଭୂଷଣ କୁମାର ପ୍ରଯୋଜନା କରୁଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0