ନୂଆଦିଲ୍ଲୀ: ୨୦୧୬-୧୭ ଆର୍ଥିକ ବର୍ଷରେ ଦେଶର ସର୍ବମୋଟ ୫୬ଟି ରାଜ୍ୟ ସଡ଼କ ପରିବହନ ନିଗମମାନଙ୍କ ମଧ୍ୟରୁ କେବଳ ୭ଟି ରାଜ୍ୟ ସଡ଼କ ପରିବହନ ନିଗମର ଲାଭ ହୋଇଛି। ଲାଭ କରିଥିବା ଏହି ୭ଟି ରାଜ୍ୟ ସଡ଼କ ପରିବହନ ନିଗମ ମଧ୍ୟରେ ଓଡ଼ିଶା ରହିଛି। ୨୦୧୬-୧୭ରେ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ଲାଭ ହୋଇଛି ମୋଟ ୧.୭୯ କୋଟି ଟଙ୍କା। ଲାଭ ହାସଲ କରିଥିବା ରାଜ୍ୟ ସଡ଼କ ପରିବହନ ନିଗମମାନଙ୍କର ତାଲିକାରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ୨୦୧୬-୧୭ରେ ୫.୮୧ କୋଟି ଟଙ୍କାର କର ପୈଠ କରିବା ପରେ ୧.୭୯ କୋଟି ଟଙ୍କାର ଲାଭ ହାସଲ କରିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ବାରା ସଦ୍ୟ ପ୍ରକାଶିତ “ରିଭ୍ୟୁ ଅଫ ଦ ପରଫରମାନ୍ସ ଅଫ ଟେଷ୍ଟ ରୋଡ ଟ୍ରାନ୍ସପୋର୍ଟ ଅଣ୍ଡର ଟେକିଂ” ରିପୋର୍ଟରେ ଏହି ତଥ୍ୟର ଉଲ୍ଲେଖ ଅଛି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0