ପୁରୀ : ରୁପାରେ ଆଛାଦିତ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାର। ଏଥିଲାଗି ବିନିଯୋଗ ହେବ ଅଢ଼େଇ ଟନ୍ ରୁପା। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଆଜି ଅପରାହ୍ଣରେ ବସିବ ସ୍ଵତନ୍ତ୍ର ବୈଠକ। ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ, ପ୍ରତିହାରୀ ନିଯୋଗ ସହ ଆଲୋଚନା କରାଯିବ।
ପୂର୍ବରୁ ୩ ଟି ଦ୍ୱାର ରୁପା ଛାଉଣୀ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଆଉ ୫ଟି ଦ୍ୱାରକୁ ରୁପାରେ ଛାଉଣୀ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର ଏବଂ ବେହରଣ ଦ୍ୱାର ସହ ମହାଲକ୍ଷ୍ମୀଙ୍କ ଗର୍ଭ ଦ୍ୱାର, ବିମଳା, ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାର ରୁପାରେ ଛାଉଣୀ ହେବ। ଏଥିଲାଗି ଜୋରସୋରରେ ଆରମ୍ଭ ହୋଇଛି ପ୍ରସ୍ତୁତି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0