spot_img

ନିଜ ଜୀବନର ୨୩୨ତମ ଫିଲ୍ମ କରିବେ ଏହି କଳାକାର

ମୁମ୍ବାଇ: ଫିଲ୍ମ ନିର୍ମାତା ଭାବରେ କମଲ ହାସନ ବେଶ ସଫଳ । ତାଙ୍କ ନିର୍ମିତ ଆଗାମୀ ଫିଲ୍ମ ହେଉଛି ‘କେଏଚ ୨୩୨’ । ହାସନଙ୍କ ଜଣେ ବଡ଼ ପ୍ରଶଂସକ ରହିଥିବା ଲୋକେଶ କନଗରାଜ ଏହି ଫିଲ୍ମର ନିର୍ଦେଶନା ଦେଇଥିବା ବେଳେ ଅନୀରୁଧ ଏହି ଫିଲ୍ମରେ ସଂଗୀତ ନିର୍ଦେଶନା ଦେଇଛନ୍ତି ।
ସୂଚନାଅନୁଯାୟୀ, କମଲ ହାସନ ଚାରି ବର୍ଷ ବୟସରେ ତାଙ୍କ ଜୀବନର ପ୍ରଥମ ଫିଲ୍ମ ଭାବରେ ‘କଲାଥୁର କନ୍ନାମ୍ମା’ କରିଥିଲେ । ଏହି ଫିଲ୍ମ ପାଇଁ ପ୍ରଥମ ଶିଶୁ କଳାକାର ଭାବରେ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ । ଶେଷ ଫିଲ୍ମ ଭାବରେ ବିଶ୍ୱରୂପମ-୨ ରେ ୬୫ ବର୍ଷୀୟ କମଲହାସନଙ୍କୁ ଦେଖିବା ପାଇଁ ମିଳିଥିଲା । ଅନ୍ୟପଟେ ତାଙ୍କ ଆଗାମୀ ଫିଲ୍ମ ତାଙ୍କ ଜୀବନର ୨୩୨ତମ ଫିଲ୍ମ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular