spot_img

ଏମ୍ସରୁ ସୁସ୍ଥ ହୋଇ ଫେରିଲେ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀ ସ୍ଥିତ ଏମ୍ସରୁ ସୁସ୍ଥ ହୋଇ ଫେରିଛନ୍ତି । ଗତ କିଛି ଦିନ ହେବ ଏମ୍ସରେ ତାଙ୍କର ଚିକିତ୍ସା ଚାଲୁଥିଲା । ଏବେ ସେ ସମୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି । ଗତ କିଛିଦିନ ପୂର୍ବରୁ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେ ହସ୍ପିଟାଲରୁ ଫେରିଥିଲେ । କୋଭିଡ଼ରୁ ସୁସ୍ଥ ହେବା ପରେ ଘରକୁ ଫେରିବା ପରେ ପୂଣିଥରେ ତାଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତୀ କରାଯାଇଥିଲା । ଶନିବାର ଦିନ ରାତି ୧୧ଟା ସମୟରେ ଅମିତ ଶାହାଙ୍କୁ ଏମ୍ସରେ ଭର୍ତ୍ତୀ କରାଯାଇଥିଲା । ଆଜି ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular