ଲଣ୍ଡନ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା କମ୍ପାନି ଦ୍ବାରା ବିକଶିତ ଟିକାର ୫,୩୦,୦୦୦ ମାତ୍ରା ଆହରଣ କରି ବ୍ରିଟେନ ତାହାର ପ୍ରଥମ ଦଫା କୋଭିଡ ଟିକାକରଣ ସୋମବାର ଆରମ୍ଭ କରିଛି। ସେହିପରି ଚୀନ ମଧ୍ୟ ଏକ ନିଜସ୍ବ ଟିକାକୁ ଲକ୍ଷ ଲକ୍ଷ ନାଗରିକଙ୍କ ଠାରେ ପ୍ରୟୋଗ ଆରମ୍ଭ କରିଦେଇଛି। ସମ୍ପ୍ରତି ବ୍ରିଟେନରେ ଏକ ନୂଆ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁର ସଂକ୍ରମଣ ଦେଶବାସୀଙ୍କୁ ଆତଙ୍କିତ କରିଦେଇଥିବା ବେଳେ ଏହି ଅକ୍ସଫୋର୍ଡ ଟିକା କିଛି ମାତ୍ରାରେ ଆଶ୍ବସ୍ତି ଆଣିବ ବୋଲି ଆଶା କରାଯାଉଛି। ଆଜି ଅକ୍ସଫୋର୍ଡର ଚର୍ଚ୍ଚିଲ ହସ୍ପିଟାଲରେ ଦେଶର ପ୍ରଥମ ହିତାଧିକାରୀ ଭାବେ ବ୍ରାୟାନ ପିଙ୍କର ନାମକ ଜଣେ ୮୨ ବର୍ଷୀୟ ଅବସରପ୍ରାପ୍ତ ରକ୍ଷଣାବେକ୍ଷଣ ପରିଚାଳକଙ୍କୁ ଅକ୍ସଫୋର୍ଡ ଟିକା ପ୍ରଦାନ କରାଯାଇଛି। ଟିକାକରଣ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଟ୍ବିଟରରେ ନିଜର ଖୁସି ପ୍ରକଟ କରିବା ସହ ଏହା ଦ୍ବାରା ଆମକୁ କିଭଳି ମହାମାରୀ କବଳରୁ ମୁକୁଳିବାକୁ ପଡ଼ିବ ତାହା ଦେଖିବାକୁ ବାକି ରହିଲା ବୋଲି କହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0