ଚଳିତମାସରେ ଇଂଲଣ୍ଡ ଏବଂ ଓ୍ଵଷ୍ଟଣ୍ଡିଜ ମଧ୍ୟରେ ସିରିଜ ହେବାର ରହିଛି। ଏହା ପରେ ଇଂଲଣ୍ଡରେ ପାକିସ୍ତାନ ଦଳ ଟେଷ୍ଟ ସିରିଜ ଖେଳିବ। ଏଥିପାଇଁ ପାକିସ୍ତାନ କ୍ରିକେଟ ଟିମ୍ ଜୁନ ୨୮ରୁ ଇଂଲଣ୍ଡ ଗସ୍ତ କରିବ ବୋଲି ପିବିସି ଘୋଷଣା କରିଛି। କିନ୍ତୁ ସେଠାରେ ପହଞ୍ଚିବା ପରେ ୧୪ ଦିନ କ୍ୱାରେଣ୍ଟାଇନ ରହିବେ କ୍ରିକେଟ ଖେଳାଳି।ପାଖାପାଖି ୪ ମାସ ବନ୍ଦ ହେବା ପରେ ଚଳିତମାସରେ ଇଂଲଣ୍ଡ ଏବଂ ଓ୍ଵଷ୍ଟଣ୍ଡିଜ ମଧ୍ୟରେ ସିରିଜ ହେବାର ରହିଛି। କରୋନା ପରେ ଏବେ ଧୀରେ ଧୀରେ ସବୁକିଛି ଚଳଚଞ୍ଚଳ ହେବାକୁ ଲାଗିଛି। କ୍ରିକେଟ ଖେଳ ଏବେ ଆରମ୍ଭ ହେବାକୁ ଲାଗିଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାକିସ୍ତାନର ଏହି ଦଳରେ ୨୯ ଜଣ ସଦସ୍ୟ ରହିଛନ୍ତି। ପାକିସ୍ତାନ ଟିମ୍ ଇଂଲଣ୍ଡ ବିରୁଦ୍ଧରେ ୩ଟି ଟି-୨୦ ଏବଂ ୩ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଜୁଲାଇ ଶେଷ ଆଡକୁ ଏହି ସିରିଜ ଆରମ୍ଭ ହେବ। ଜୁଲାଇ ଶେଷରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ ପାଇଁ ଏବେ ଠାରୁ ଦଳ ଇଂଲଣ୍ଡ ଗସ୍ତ କରିବ। ସେମାନେ ସେଠାକୁ ଯାଇ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ।ସୂଚନାଯୋଗ୍ୟ ଓ୍ଵଷ୍ଟଣ୍ଡିଜ ଦଳ ଏବେ ଇଂଲଣ୍ଡ ଗସ୍ତରେ ରହି କ୍ୱାରେଣ୍ଟାଇନରେ ରହିଛନ୍ତି। ଏଠାରେ ଓ୍ଵଷ୍ଟଣ୍ଡିଜ ୩ଟି ଟେଷ୍ଟ ମ୍ୟାଚ ଖେଳିବ। ଏହି ଟେଷ୍ଟ ମ୍ୟାଚ ଆସନ୍ତା ଜୁଲାଇ ୮ ତାରିଖରୁ ଆରମ୍ଭ ହୋଇ ୨୮ ଜୁଲାଇ ପର୍ୟ୍ୟନ୍ତ ଚାଲିବ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0