ପୁରୀ: ଦିନ ୪ଟା ସୁଦ୍ଧା ବଡଦାଣ୍ଡରୁ ସମସ୍ତ ଉଠାଦେକାନୀଙ୍କୁ ଉଠାଇ ଦିଆଯିବ। ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ସବୁ ଉଠା ଦେକାନୀଙ୍କୁ ଉଠି ଯିବାକୁ ପୁରୀ ମ୍ୟୁନିସିପାଲିଟି କତ୍ତୃର୍ପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଡାକବାଜୀ ଯନ୍ତ୍ର ଜରିଆରେ ପ୍ରଶାସନ ପକ୍ଷକୁ ବଡଦାଣ୍ଡକୁ ତୁରନ୍ତ ଖାଲି କରିବାକୁ କୁହାଯାଇଛି । ସୁପ୍ରିମ କୋର୍ଟରେ ଚାଲିଥିବା ରଥଯାତ୍ରା ପୁନର୍ବିଚାର ପ୍ରସଙ୍ଗକୁ ନେଇ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇ ନଥିବା ବେଳେ ରଥଯାତ୍ରା ପାଇଁ ଜଗନ୍ନାଥ ଧାମ ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ରଥଟାଣିବା ପାଇଁ ରଥଖଳାରେ ୭ଜଣ ଡାହୁକ ଆସି ପହଞ୍ଚି ଯାଇଛନ୍ତି। ସିଂହଦ୍ୱାର ସମ୍ମୁଖକୁ ତିନି ରଥକୁ ଆଣିବା ପାଇଁ ଏହି ଡାହୁକମାନଙ୍କୁ ଡକାଯାଇଛି।
ଏଥିସହ ରଥଯାତ୍ରା ଆୟୋଜନକୁ ନେଇ ପୁରୀ ଶ୍ରୀମନ୍ଦିର କାର୍ୟ୍ୟାଳୟ ପରିସର ମଧ୍ୟରେ ରୁଦ୍ଧ ଦ୍ୱାର ବୈଠକ ଚାଲିଛି। ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଚାଲିଥିବା ରୁଦ୍ଧଦ୍ୱାର ବୈଠକରେ ପରିଚାଳନା କିମିଟିର ସଦସ୍ୟମାନେ ମଧ୍ୟ ସାମିଲ ରହିଛନ୍ତି।ସେହିପରି ରଥଯାତ୍ରା ପୁନର୍ବିଚାର ପାଇଁ କରାଯାଇଥିବା ବିଭିନ୍ନ ଆବେଦନର ଶୁଣାଣି ଆରମ୍ଭ ହୋଇଛି। ନାଗପୁରରେ ଥାଇ ନିଜ ବାସଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନ ବିଚାରପତି ଏହି ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଏସ୍.ଏ ବୋବଡେଙ୍କ ଅଧ୍ୟକ୍ଷତାରେ ବିଚାରପତି ଏ ଏସ୍ ବୋପନ୍ନା ଓ ବିଚାରପତି ଦୀନେଶ ମାହେଶ୍ୱରୀଙ୍କୁ ନେଇ ୩ଜଣିଆ ଖଣ୍ଡପୀଠରେ ସାଢ଼େ ୨ଟା ରଥଯାତ୍ରା ପୁନର୍ବିଚାରର ଶୁଣାଣି ଆରମ୍ଭ ହେବ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0