spot_img

ପାକିସ୍ତାନରୁ ଟିକା ପାଇଁ କୌଣସି ଅନୁରୋଧ ଆସିନାହିଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପଡୋଶୀ ରାଷ୍ଟ୍ର ପାକିସ୍ତାନରୁ ଟିକା ପାଇଁ କୌଣସି ଅନୁରୋଧ ଆସିନାହିଁ ବୋଲି ସ୍ପଷ୍ଟ କରଛନ୍ତି କେନ୍ଦ୍ର ସରକାର । ଏବେ ସୁଦ୍ଧା ଭାରତ ନିର୍ମିତ କରୋନା ଟିକା କୋଭିସିଲ୍ଡକୁ ବାଂଲାଦେଶ, ନେପାଳ, ମିଆଁମାର୍, ଭୁଟାନ ଏବଂ ମାଳଦୀପକୁ ଟିକା ଯୋଗାଣ ହୋଇ ସାରିଛି। ଆଫ୍ଗାନିସ୍ତାନ ଓ ଶ୍ରୀଲଙ୍କା ପକ୍ଷରୁ ଅନୁରୋଧ କରାଯିବା ପରେ ଏହି ଦୁଇ ଦେଶକୁ ମଧ୍ୟ କୋଭିସିଲ୍ଡ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏ ନେଇ ସୂଚନା ଦେଇ କହିଛନ୍ତି କି ‘ପାକିସ୍ତାନ ପକ୍ଷରୁ ଟିକା ପାଇଁ କୌଣସି ପ୍ରକାର ଅନୁରୋଧ ଆସିଥିବା ମୁଁ ଜାଣେ ନାହିଁ।’

LEAVE A REPLY

Please enter your comment!
Please enter your name here

- Advertisment -

Most Popular