spot_img

ପଳାସପଲ୍ଲୀ କାର୍ଯ୍ୟାଳୟରେ ଭିନ୍ନକ୍ଷମ କମିଶନରଙ୍କ ଯାଞ୍ଚ

ଭୁବନେଶ୍ୱର: ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନଶୋଷଣ ମାମଲାର ଯାଞ୍ଚ । ଆଜି ଭୁବନେଶ୍ୱର ପଳାସପଲ୍ଲୀରେ ଥିବା ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର କାର୍ଯ୍ୟାଳୟକୁ ଯାଇ ଯାଞ୍ଚ କରୁଛନ୍ତି ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲଚନା ଦାସ । ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଂପାଦକ ସୁରେଶ ବେହେରା ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ଜଣେ ଦିବ୍ୟାଙ୍ଗ ଯୁବତୀ । ବିୟୁଟିପାର୍ଲଟର ଇନଷ୍ଟ୍ରକ୍ଟର ପଦବୀରେ ମାସକୁ ୭ ହଜାର ୨୦୦ ଟଙ୍କା ଦରମାରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା ଦରମା ମାଗିବାରୁ ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ବେହେରା ଥରୁଟିଏ ୫ହଜାର ଟଙ୍କା ଦେଇଥିଲେ । ପରେ ପଇସା ଆସିଲେ ବକେୟା ଟଙ୍କା ଦେବେ କହି ସମୟ ଗଡାଇ ଚାଲିଥିଲେ । ସଂସ୍ଥାରେ କାମ କରିବା ସମୟରେ ସଂପାଦକ ସୁରେଶ ଚନ୍ଦ୍ର ବେହେରା ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହ ଯୌନ ଶୋଷଣ କରିଥିବା ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଗତ ନଭେମ୍ବର ୨୩ରୁ ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତକୁ ଫେରାର ଦର୍ଶାଇ ୨ ମାସ ହେଲା ପୁଲିସ ଚୁପ ବସିଛି । ଏହି ମାମଲାରେ ନିଜ ଆଡ଼ୁ ଯାଂଚ୍ ଆରମ୍ଭ କରିଛନ୍ତି ରାଜ୍ୟ ଭିନ୍ନକ୍ଷମ କମିଶନର ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular