spot_img

ପାରାଦୀପ ଟର୍ମିନାଲ ନିକଟରେ ଜଣେ ମୃତ

ପାରାଦୀପ: ପାରାଦୀପ ଟର୍ମିନାଲ ଛକ ନିକଟରେ ଏକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ମାଛ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ କୁଜଙ୍ଗ ଚଟୁଆ ପୋଖରିଆପଡାର ଅଜୟ ଦାସ । ଆଜି ସକାଳୁ ପାରାଦୀପ ମାଛ ଧରା ବନ୍ଦର ମଧ୍ୟରୁ ମାଛ ଆଣି ନିଜ ଗ୍ରାମକୁ ଫେରୁଥିବା ସମୟରେ ଏକ ଟ୍ରକ ତାଙ୍କୁ ଟର୍ମିନାଲ ଛକ ନିକଟରେ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପାରାଦୀପ ପୋଲିସ ମୃତ ଦେହକୁ ଉଦ୍ଧାର କରିବା ସହ ଟ୍ରକ ଜବତ କରିଛି । ତେବେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular