ଭୁବନେଶ୍ୱର: ପରୀକୁ ନ୍ୟାୟ ଦେବା ଦାବିରେ ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଆଗରେ ବିକ୍ଷଭ କରିଛନ୍ତି ଏଭିବିପି ଛାତ୍ର ସଙ୍ଗଠନ । ରାଜ୍ୟସରକାରଙ୍କ ଏସଆଇଟି ତଦନ୍ତ ନିର୍ଦେଶ ପରେ ମଧ୍ୟ ଏହି ମାମଲା ଥମିବାର ନାଁ ନେଉନି । ବିଜେଡି ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତ୍ୟକ୍ଷରେ କିମ୍ବା ପରୋକ୍ଷରେ ଏହି ମାମଲାରେ ସାମିଲ ହେବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ମନ୍ତ୍ରୀଙ୍କ ଇସ୍ତଫା ଦାବି ଓ ପରୀକୁ ନ୍ୟାୟ ପାଇଁ ରାଜରାସ୍ତାରେ ଓହ୍ଲାଇଛି ଆଜି ଏଭିବିପି ଛାତ୍ର ସଙ୍ଗଠନ । ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ମନ୍ତ୍ରୀଙ୍କ ବାସଗୃହ ସମ୍ମୁଖରେ ବିରାଟ ଗଣଧାରଣା କରିଥିଲେ ଏଭିବିପି ଛାତ୍ର ସଙ୍ଗଠନ । ତାଙ୍କର ଦାବି ଅନୁସାରେ, ସରକାର ପରୀ ମୃତ୍ୟୁ ମାମଲାରେ ନିଷ୍ପଷ୍ଟ ଭାବରେ ଯାଞ୍ଚ କରନ୍ତୁ ଏବଂ ସଂପୃକ୍ତ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ହାତରେ ବ୍ୟାନର ଧରି ମନ୍ତ୍ରୀଙ୍କ ଘର ଆଗରେ ନାରାବାଜି ଦେଉଥିବା ବେଳେ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୁଲିସ । ଅନ୍ୟପଟେ ବିରୋଧୀ ଦଳ ବିଜେପି ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0