ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ଦୀର୍ଘ ମାସ ହେଲା ରାଜ୍ୟ ସାରା ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। କିନ୍ତୁ ସରକାରଙ୍କ କଡ଼ା ଗାଇଡ଼ଲାଇନ ସତ୍ତ୍ୱେ ରାଜଧାନୀ ଭୁବନେଶ୍ୱରରେ ଥିବା ଏକ ସ୍କୁଲ ନାଁରେ ଆସିଛି କୋଭିଡ ନିୟମ ଉଲ୍ଲଘଂନର ସାଂଘାତିକ ଅଭିଯୋଗ। ଚିନ୍ତାମଣିଶ୍ୱରସ୍ଥିତ ଏକ ଘରୋଇ ସ୍କୁଲରେ ଅଫଲାଇନ କ୍ଲାସ ସହ ଚାଲିଥିଲା ପରୀକ୍ଷା । ଖବର ପାଇ ବିଏମସି ପକ୍ଷରୁ ଚଢ଼ାଉ କରାଯାଇ ଉକ୍ତ ସ୍କୁଲକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ କରାଯାଇଛି। କରୋନା ମହାମାରୀ ଯୋଗୁ ଚଳିତ ଶିକ୍ଷା ବର୍ଷରେ ପିଲା ଏ ଯାବତ ସ୍କୁଲ, କଲେଜ ଯାଇ ନାହାନ୍ତି। ଅନଲାନ ଜରିଆରେ ପାଠ ପଢ଼ା ଚାଲିଛି।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0