spot_img

ପାର୍ବଣ ଆସନ୍ତାବର୍ଷ ବି ଆସିବ, ପ୍ରଥମେ ଜୀବନ ରହୁ : ଡ଼ିଏମଇଟି

ରାଜ୍ୟରେ କରୋନା ସଂକ୍ରମଣ ହାର ବର୍ତ୍ତମାନ ସ୍ଥିତିରେ ନିମ୍ନଗାମୀ ଥିବା ବେଳେ କିନ୍ତୁ ଏହା ଉପର ତଳ ହେଉଥିବାର ପରିଲିକ୍ଷିତ କରାଯାଉଛି । ଏହାକୁ ନେଇ ଡ଼ାକ୍ତରମାନେ ଚିନ୍ତା ପ୍ରକଟ କରୁଥିବା ବେଳେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଲୋକମାନଙ୍କୁ ସଚେତନ କରାଇ ଦେଇଛନ୍ତି । ସେ କହିଛନ୍ତି ଯେ କୋଭିଡ ସମୟରେ ପାର୍ବଣ ଆଉ ଜୀବନ ଭିତରେ ଯୁଦ୍ଧ ଚାଲିଛି । ତେଣୁ ପ୍ରଥମେ ଜୀବନକୁ ଗୁରୁତ୍ୱ ଦିଅନ୍ତୁ । ଗତକାଲି ହାଟ ଓ ବଜାର ଗୁଡିକରୁ ଯାହା ଚିତ୍ର ଆସିଛି ତାହା ଅନୁଶୀଳନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଡିଏମଇଟି । ଯଦି ଏମିତି ଭିଡ଼ ଲାଗି ରୁହେ ତେବେ ଆମେ କେତେ ଦୂର ସଂକ୍ରମଣ ରୋକିବାରେ ସଫଳ ହେବା ତାହା ପ୍ରଶ୍ନବାଚୀ । ଲୋକଙ୍କୁ କୋଭିଡ୍ ଗାଇଡ଼ଲାଇନ ସଠିକ ଭାବେ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଏଥିସହ ଡିଏମଇଟି କହିଛନ୍ତି, ପାର୍ବଣ ଆସନ୍ତା ବର୍ଷ ବି ଆସିବ । ମାତ୍ର ଜୀବନ ପ୍ରଥମେ ରହୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular