spot_img

୧୦୦ ଫୁଟ୍ ତଳକୁ ଖସିଲା ଯାତ୍ରୀବାହୀ ଅଟୋ

ଗଜପତିଗଜପତି ଜିଲ୍ଲାର କାଶୀନଗର ବ୍ଲକ ପାର୍ତଡ଼ା ନିକଟ ଲୁହାଜଲ ନାଳ ଘାଟିରେ ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ଅଟୋ ରିକ୍ସା ୧୦୦ ଫୁଟ୍ ତଳକୁ ଖସିପଡ଼ିଛି । ଏଥିରେ ୩ ଶିଶୁଙ୍କ ସମେତ ୮ ଜଣ ଗୁରୁତର ଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଅଟୋରେ ୧୫ ଜଣ ଶ୍ରମିକ ଥିଲେ । ପାଞ୍ଚ ମାଇଲ ରାଗାଇସିଂ ଠାରୁ ଅଡେଇସିଂ ଗାଁକୁ ୧୫ ଜଣ ଶ୍ରମିକଙ୍କୁ ନେଇ ଅଟୋଟି ଯାଉଥିଲା । ଲୁହାଜଲ ନାଳ ଘାଟି ଉଠିବା ବେଳେ ଭାରସାମ୍ୟ ହରାଇଥିଲା ଅଟୋଟି । ଫଳରେ ୧୦୦ ଫୁଟ୍ ତଳକୁ ଖସି ପଡ଼ିଥିଲା । ଖବର ପାଇ ଅଡାଇସିଂ ଗାଁ ଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular