ବେଙ୍ଗାଲୁର : କିଛି ଦିନ ହେବ ଚର୍ଚ୍ଚାରେ ରହି ଆସିଥିବା ବେଙ୍ଗାଲୁରର ଜୋମାଟୋ ଡେଲିଭରୀ ବୟ ଅଭିଯୋଗକାରିଣୀ ମହିଳା ହିତେଶ ଚନ୍ଦ୍ରାଣୀଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଯେଉଁ ପୁଲିସ ଷ୍ଟେସନରେ ପୂର୍ବରୁ ମହିଳା ଜଣକ ଡେଲଭରି ବୟଙ୍କ ନାମରେ ଅଭିଯୋଗ ଆଣିଥିଲେ ସେହି ସମାନ ପୁଲିସ୍ ଷ୍ଟେସନରେ ମହିଳାଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଡେଲିଭରି ବୟ କମରାଜ। ବରାଦ ବାତିଲ୍ କରିଦେବାରୁ କମରାଜ୍ ରାଗରେ ଆସି ମହିଳଙ୍କୁ ଆକ୍ରମଣ କରି ତାଙ୍କ ନାକ ଫଟାଇ ଦେଇଛନ୍ତି ବୋଲି ଚନ୍ଦ୍ରାଣୀ ଏକ ଭିଡିଓ ଜାରି କରି ସୋସିଆଲ୍ ମିଡିଆରେ ଅଭିଯୋଗ ଆଣିବା ପରେ କମରାଜଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଜାମିନ୍ ମିଳିଛି। ମାତ୍ର କମରାଜଙ୍କୁ ଅସ୍ଥାୟୀ ଭାବେ ଚାକିରିରୁ ନିଲମ୍ବିତ କରାଯାଇଛି। ଗତ କିଛିଦିନ ପୂର୍ବେ ଜୋମାଟୋର ଜଣେ ଡେଲିଭରୀ ବୟ ବେଙ୍ଗାଲୁରର ଜଣେ ମହିଳା ଗ୍ରାହକଙ୍କୁ ଆକ୍ରମଣ କରି ନାକ ଫଟାଇ ଦେଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଡେଲିଭରି ବୟ ଜଣକ। ସେ କହିଛନ୍ତି ମହିଳା ଜଣକ ପ୍ରଥମେ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଚପଲରେ ପିଟିଥିଲେ। ମହିଳା ଜଣକ ବରାଦ ଦେଇଥିବା ଖାଦ୍ୟ ବାତିଲ୍ କରିବା କାରଣରୁ ତାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ ଜୋମାଟୋର ଡେଲିଭରି ବୟ। ମାତ୍ର ଏହା ସଂପୂର୍ଣ୍ଣ ମିଛ ବୋଲି ଅଭିଯୁକ୍ତ ଡେଲିଭରୀ ବୟ ଜଣକ ନିଜ ବୟାନରେ ସଫେଇ ଦେଇଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0