ନୂଆଦିଲ୍ଲୀ: ଗତବର୍ଷ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ରୁଚି ସୋୟାକୁ କିଣିବା ସମୟରେ ବାଳକୃଷ୍ଣ ଏମଡି ଥିଲେ । ବୁଧବାର ଦିନ କମ୍ପାନୀ ଜୁନ୍ ତ୍ରୟମାସର ଫଳାଫଳ ଘୋଷଣା କରିଥିଲା । ଏହି ସମୟରେ କମ୍ପାନୀ ଲାଭରେ ୧୩ ପ୍ରତିଶତ ହ୍ରାସ ଘଟି ୧୨.୨୫ କୋଟି ଟଙ୍କା ଥିଲା । ଯାହା ବର୍ଷେ ପୂର୍ବରୁ ୧୪.୦୧ କୋଟି ଥିଲା । ଆଚାର୍ଯ୍ୟ ବାଳକୃଷ୍ଣ ଏମଡି ପଦବୀରୁ ଇସ୍ତଫା ଦେଇଥିବା କମ୍ପାନୀ ଘୋଷଣା କରିଥିଲା । କମ୍ପାନୀର ଏକ ନିୟାମକ ସୂଚନାରେ କୁହାଯାଇଛି କି ଆଚାର୍ଯ୍ୟ ବାଳକୃଷ୍ଣ ନିଜ ବ୍ୟବସ୍ଥା କାରଣରୁ ଏମଡି ପଦବୀରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାକୁ ବୋର୍ଡ ଅଫ୍ ଡାଇରେକ୍ଟରର୍ସ ଗ୍ରହଣ କରିଛନ୍ତି । ଆଚାର୍ଯ୍ୟ ବାଳକୃଷ୍ଣନ ନନ- ଏକଜିକ୍ୟୁଟିଭ ନନ-ଇଣ୍ଡିପେଣ୍ଡେଣ୍ଟ ଡ଼ାଇରେକ୍ଟର କରାଯାଇଛି । ସେ ବୋର୍ଡର ଚେୟାରମ୍ୟାନ୍ ରହିବେ । କମ୍ପାନୀର ପୂର୍ଣ୍ଣକାଳୀନ ନିର୍ଦେଶକ ରାମ ଭରତଙ୍କୁ କମ୍ପାନୀର ନୂଆ ଏମଡି କରାଯାଇଛି । ରାମ ଭରତ, ବାବା ରାମଦେବଙ୍କ ସାନଭାଇ । ବୁଧବାର ଦିନ ତାଙ୍କୁ ଏମଡି ପଦବୀରେ ନିଯୁକ୍ତ କରାଯାଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0