ମୁମ୍ବାଇ: ଏଲଏସି ବିବାଦ ପରେ ଭାରତ ଓ ଚୀନର ସମ୍ପର୍କ ଖରାପ ହୋଇଛି । ଏହାର ପ୍ରଭାବ ବାଣିଜ୍ୟ କାରବାର ଉପରେ ମଧ୍ୟ ଦେଖିବାକୁ ମିଳିଛି । ଏହାରି ଭିତରେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ ‘ପିପୁଲସ୍ ବ୍ୟାଙ୍କ ଅଫ୍ ଚାଇନା’ ଭାରତୀୟ କମ୍ପାନୀଗୁଡିକରେ ନିଜର ଅଂଶଧନ ବଢାଇବାରେ ଲାଗିଛି । ବର୍ତ୍ତମାନ ଆଇସିଆଇସିଆଇ ବ୍ୟାଙ୍କର ଅଂଶଧନକୁ ଏହା କିଣିଛି । ଗତ ମାର୍ଚ୍ଚ ମାସରେ ଏହା ଏଚଡିଏଫସିର ଅଂଶଧନ କିଣିଥିଲା । ଫଳରେ ଭାରତ ସରକାର ସଚେତନ ହୋଇ ପଡୋଶୀ ଦେଶଗୁଡିକ ଲାଗି ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ ନିୟମକୁ କଡାକଡି କରିବା ସହ କେବଳ ସରକାରୀ ରୁଟରେ ନିବେଶ ପ୍ରସ୍ତାବଗୁଡିକ ମଞ୍ଜୁରୀ ମିଳିବ ବୋଲି ଘୋଷଣା କରିଥିଲେ । ପୂର୍ବରୁ ‘ପିପୁଲସ୍ ବ୍ୟାଙ୍କ ଅଫ୍ ଚାଇନା’ ଭାରତର ସଂସ୍ଥା ଏଚଡିଏଫସି, ଏସିଆନ୍ ପେଣ୍ଟସ୍, ଅମ୍ବୁଜା ସିମେଣ୍ଟସ୍ ଓ ଆଇସିଆଇସିଆଇ ବ୍ୟାଙ୍କରେ ୪୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ କରିସାରିଲାଣି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0