ପୁଣିଥରେ ଭାରତ ପକ୍ଷରୁ ଖେଳିବେ ପଠାନ୍ ବ୍ରଦର୍ସ। କ୍ରିକେଟରୁ ସନ୍ନ୍ୟାସ ପରେ ଭାରତ ପକ୍ଷରୁ ଖେଳିବେ ଇରଫାନ୍ ପଠାନ୍ ଓ ୟୁସୁଫ୍ ପଠାନ୍। କିଛି ଦିନ ତଳେ ୟୁସୁଫ୍ ପଠାନ୍ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ଗତବର୍ଷ ଇରଫାନ୍ ପଠାନ୍ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏବେ ଏହି ଦୁଇ ଭାଇ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବେ। ଇରଫାନ୍ ନିଜ ବଡ଼ ଭାଇ ୟୁସୁଫଙ୍କ ସହ ନୀଳ ରଙ୍ଗର ଜର୍ସିରେ ଏକ ଫଟୋ ସୋଶାଲ ମିଡିଆରେ ଶେୟାର୍ କରିଛନ୍ତି। ଏହା ସହ ଲେଖିଛନ୍ତି, ସନ୍ନ୍ୟାସ ପରର ଫଟୋ। ଗତବର୍ଷ କରୋନା ଭାଇରସ୍ କାରଣରୁ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜ ସ୍ଥଗିତ ହୋଇଥିଲା। ତେବେ ଏହି ସିରିଜ୍ ଆଜିଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି। ୨୦୨୦ରେ ୪ଟି ମ୍ୟାଚ୍ ପରେ ଟୁର୍ଣ୍ଣାମେଣ୍ଟକୁ ବାତିଲ୍ କରିଦିଆଯାଇଥିଲା। ଚଳିତ ବର୍ଷ ରାୟପୁରରେ ହେବାକୁଥିବା ଏହି ସିରିଜରେ ଅଷ୍ଟ୍ରେଲିଆ ଲିଜେଣ୍ଡସ୍ ଯାତ୍ରା ସମ୍ବନ୍ଧିତ ପ୍ରତିବନ୍ଧକ କାରଣରୁ ଭାଗ ନେଇପାରିବେ ନାହିଁ। ୬ ଟିମକୁ ନେଇ ଆୟୋଜିତ ଏହି ସିରିଜରେ ଦୁଇ ନୂଆ ଟିମ୍ ଭାବେ ଇଂଲଣ୍ଡ ଲିଜେଣ୍ଡସ୍ ଓ ବାଂଲାଦେଶ ଲିଜେଣ୍ଡସ୍ ସାମିଲ ହୋଇଛନ୍ତି। ପୂର୍ବତନ କ୍ୟାପଟେନ୍ କେଭିନ୍ ପିଟରସନ୍ ଇଂଲଣ୍ଡ ଲିଜେଣ୍ଡସ୍ ଓ ମହମ୍ମଦ ରଫିକ୍ ବାଂଲାଦେଶ ଲିଜେଣ୍ଡସର ନେତୃତ୍ୱ ନେବେ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0