ଏକବର୍ଷ ପରେ ପୁଣି ବିଦେଶ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମହାମାରୀ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବିଦେଶ ଯାତ୍ରା। ପଶ୍ଚିମବଙ୍ଗ ଓ ଆସାମ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାଂଗ୍ଲାଦେଶ ଯାତ୍ରା ଏକ ରାଜନୈତିକ ଅଭିସନ୍ଧି ବୋଲି ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ଚଳିତ ମାସ ୨୬ ଓ ୨୭ ତାରିଖ ଦୁଇଦିନିଆ ବାଂଗ୍ଲାଦେଶ ଗସ୍ତରେ ଯିବେ। ବାଂଗ୍ଲାଦେଶର ୫୦ ତମ ସ୍ୱାଧୀନତା ଦିବସରେ ମୋଦି ସେଠାରେ ଉପସ୍ଥିତ ରହିବେ। କରୋନା ମହାମାରୀ ବେଳେ ବାଂଗ୍ଲାଦେଶକୁ ଟିକା ଦେଇ ଭାରତ ଓ ବାଂଗ୍ଲାଦେଶ ମଧ୍ୟରେ ସଂପର୍କର ସୁଧାର ଆଣିବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ। କୁହାଯାଉଛି କି ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମତୁଆ ସଂପ୍ରଦାୟର ଧର୍ମଗୁରୁ ହରିଶ୍ଚନ୍ଦ୍ର ଠାକୁରଙ୍କ ଜନ୍ମସ୍ଥଳୀ ବି ଗସ୍ତ କରିବେ। ଏହାସହ ସୁଗନ୍ଧା ଶକ୍ତିପୀଠ, ଔରଫଣ୍ଡି ମନ୍ଦିର ଆଦି ଯିବାର କାର୍ଯ୍ୟକ୍ରମ ରହିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0