ନୂଆଦିଲ୍ଲୀ: ଗତ କିଛି ଘଣ୍ଟା ପୂର୍ବରୁ ଗୁଗଲ ପ୍ଲେ-ଷ୍ଟୋରରୁ ହଟିଯାଇଥିବା Paytm ଆପ ପୁଣି ଥରେ ପ୍ଲେ-ଷ୍ଟୋରରେ ଦେଖିବାକୁ ମିଳିଛି । ଏବେ ଆଣ୍ଡ୍ରଏଡ଼ ବ୍ୟବହାରକାରୀ ପ୍ଲେ-ଷ୍ଟୋରରୁ ପୁଣିଥରେ ଏହି ଆପକୁ ଡ଼ାଉନଲୋଡ଼ କରିପାରିବେ । ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସକାଳେ ଗୁଗଲ ପ୍ଲେ-ଷ୍ଟେରରୁ Paytm ଆପକୁ ହଟାଇ ଦିଆଯାଇଥିଲା । ଯାହାଫଳରେ କିଛି ସମୟ ପାଇଁ ଆଣ୍ଡ୍ରଏଡ଼ ବ୍ୟବହାରକାରୀ ଏହି ଆପକୁ ଡ଼ାଉନଲୋଡ଼ କରିପାରିନଥିଲେ । ମିଳିଥିବା ସୂଚନା ମୁତାବକ, Paytm ତାର କିଛି ନିୟମାବଳୀ ଉଲଂଘନ କରିଥିବା ଅଭିଯୋଗରେ ଗୁଗଲ ତାକୁ ପ୍ଲେ-ଷ୍ଟୋରରୁ ହଟାଇ ଦେଇଥିଲା । ଏହା ଉପରେ Paytm କର୍ତ୍ତୃପକ୍ଷ କହିଥିଲେ, ଖୁବଶୀଘ୍ର ପେଟିଏମ ପ୍ଲେ-ଷ୍ଟୋରରେ ଉପଲବ୍ଧ ହେବ ଏବଂ ଆପଣଙ୍କ ଟଙ୍କା ସୁରକ୍ଷିତ ଅଛି । ବର୍ତ୍ତମାନ ପୁଣି ଥରେ ଏହା ପ୍ଲେ-ଷ୍ଟୋରରେ ଉପଲବ୍ଧ ହେବାର ଦେଖିବାକୁ ମିଳିଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0