ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ପୂର୍ବରୁ କିଣାଯାଇଥିବା ଡିଜେଲ ଇଞ୍ଜିନ ଯାନଗୁଡିକର ପଞ୍ଜିକରଣକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । କିନ୍ତୁ ଏହା ସାଧାରଣ ଲୋକଙ୍କ ପାଇଁ ଲାଭଦାୟକ ହେବ ନାହିଁ । କାରଣ ଦିଲ୍ଲୀ ପୁଲିସ୍ କିମ୍ବା ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ (ଏମସିଡି) କିଣିଥିଲେ ହିଁ ରେଜିଷ୍ଟ୍ରେସନ ହୋଇପାରିବ ବୋଲି କୋର୍ଟ କହିଛନ୍ତି । ଏହି ଯାନଗୁଡିକ BS-IV ଅନୁଯାୟୀ ପଞ୍ଜିକୃତ ହେବାକୁ ଅନୁମତି ଦିଆଯାଇଛି । ସୂଚନାଯୋଗ୍ୟ ଏପ୍ରିଲ, ୨୦୧୮ ରେ ସୁପ୍ରିମକୋର୍ଟ ଏପ୍ରିଲ ୧, ୨୦୨୦ ପୂର୍ବରୁ BS-IV ଯାନ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ କହିଛନ୍ତି ଯେ ସ୍ୱତନ୍ତ୍ର ସେବାରେ ବ୍ୟବହୃତ ଡିଜେଲ ଯାନଗୁଡିକ ପାଇଁ ପରିବହନ ବିଭାଗ ଅସ୍ଥାୟୀ ପଞ୍ଜିକରମ ଦେବା ଉଚିତ୍ । କରୋନା ମହାମାରୀ ପରେ ଏହି ଆଦେଶ ବଦଳାଯିବ ବୋଲି କୋର୍ଟ କହିଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ମାର୍ଚ୍ଚ ୩୧ ପରେ ବିକ୍ରି ହୋଇଥିବା ଯାନ, ଯାହାର ବିବରଣୀ ଇ-ଭେଇକିଲ୍ ପୋର୍ଟାଲରେ ନାହିଁ, ତେଣୁ ଏହି ଯାନସବୁ ପଞ୍ଜିକୃତ ହେବ ନାହିଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0