ଭାରତ–ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଧୀରେ ଧୀରେ ଫିଟୁଛି ବାଟ। ପାଙ୍ଗଙ୍ଗରୁ ପଛକୁ ହଟୁଛି ଚୀନ। ପାଙ୍ଗଙ୍ଗ ହ୍ରଦର ଫିଙ୍ଗର–୫ ଅଞ୍ଚଳରୁ ନିଜ ହେଲିପ୍ୟାଡ୍କୁ ଚୀନ ହଟାଇଛି। ଏହି ଅଞ୍ଚଳରୁ ପୁରା ପାଙ୍ଗଙ୍ଗରେ ପାଟ୍ରୋଲିଂ କରିବାଠୁ ଆରମ୍ଭ କରି ବିମାନ ଅବତରଣ କରୁଥିଲା ଚୀନ। ଏଲ୍ଏସି ଉପରେ ନଜର ରଖିବାକୁ ଏହି ସବୁ ହେଲିପ୍ୟାଡକୁ ବ୍ୟବହାର କରୁଥିଲା ଡ୍ରାଗନ। ଏହାସହ ଚୀନ କିଛି ଦିନ ଧରି ମୁତୟନ କରିଥିବା ଯୁଦ୍ଧ ଟ୍ୟାଙ୍କକୁ ବି ପ୍ରତ୍ୟାହାର କରିନେଇଛି। ୨୦୦ରୁ ଅଧିକ ଯୁଦ୍ଧ ଟ୍ୟାଙ୍କକୁ ବହୁ ମାସ ଧରି ଏଠାରେ ମୁତୟନ କରାଯାଇଥିଲା। ଚୀନ ସୈନିକ ଫିଙ୍ଗର ୫ ଏବଂ ଫିଙ୍ଗର ୮ ମଧ୍ୟରେ ଏଠାରେ ଲଗାଇଥିବା ତମ୍ବୁ ଏବଂ ନିର୍ମାଣ କରିଥିବା ବଙ୍କର ଓ ଅନ୍ୟ ନିର୍ମାଣକୁ ମଧ୍ୟ ହଟାଇଛି। ଦୁଇ ଦେଶ ମଧ୍ୟରେ ୧୦ମ ସେନା କମାଣ୍ଡରସ୍ତରୀୟ ଆଲୋଚନା ବେଳେ ସୀମାରୁ ସେନା ହଟାଇବାକୁ ଦାବି ରଖିଥିଲା ଭାରତ। ୧୫ ଦିନ ଭିତରେ ଏ ପ୍ରକ୍ରିୟା ସାରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏହାପୂର୍ବରୁ ଗତ ଗୁରୁବାର ୧୦୦ରୁ ଅଧିକ ଭାରୀଯାନରେ ଟ୍ୟାଙ୍କ୍ ଗୁଡ଼ିକୁ ହଟାଇ ନିଆଯାଇଥିବା ଜଣାପଡ଼ିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0