ଭାରୀଯାନ ଚାଳକ ସିଟ୍ରେ ମହିଳା। ଛତିଆସ୍ଥିତ ଭାରୀଯାନ ଚାଳକ ପ୍ରଶିକ୍ଷଣ କେନ୍ଦ୍ର ଏଭଳି ପଦକ୍ଷେପ ନେଇ ମହିଳା ସଶକ୍ତୀକରଣ ଦିଗକୁ ଆଉ ପାଦେ ଆଗକୁ ବଢ଼ିଛି। କେବଳ ପୁରୁଷ ନୁହନ୍ତି, ମହିଳାମାନେ ମଧ୍ୟ ଭାରୀଯାନ ଚଳାଇବାକୁ ସକ୍ଷମ। ଡ୍ରାଇଭିଂ ତାଲିମ କେନ୍ଦ୍ର ସହଯୋଗରେ ପଅଶିକ୍ଷିତ ଦୁଇ ଭଉଣୀ ସୁପ୍ରଭା ଜେନା ଓ ଶୁଭଦର୍ଶିନୀ ଜେନା ଏଭଳି କରି ଦେଖାଇଛନ୍ତି। ବରପଦା ଗାଁର ଦୁଇ ଭଉଣୀ ସୁପ୍ରଭା ଯେନା ଏବଂ ଶୁଭଦର୍ଶିନୀ ଯେନା ପାଠପଢ଼ା ସାରିବା ପରେ ଘରେ ବସିଥିଲେ। ସେମାନେ ଏହି ଭାରୀଯାନ ଡ୍ରାଇଭିଂ ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ନେଇ ବସ୍, ଟ୍ରକ ଆଦି ଚଲାଇବାକୁ ଦୁହେଁ ସକ୍ଷମ ହୋଇଛନ୍ତି। ଏବେ ଏଠାରେ ମହିଳାଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ରହିବା ପାଇଁ ସ୍ବତନ୍ତ୍ର ହଷ୍ଟେଲ ସୁବିଧା କରାଯାଇଛି। ତାଲିମ ଶେଷ ହେବା ପରେ କେନ୍ଦ୍ର ପକ୍ଷରୁ ବିଭିନ୍ନ ଘରୋଇ ଓ ସରକାରୀ ସଂସ୍ଥାରେ ନିଯୁକ୍ତିର ସୁଯୋଗ ଯୋଗାଇ ଦିଆଯାଉଛି। ଭାରୀଯାନ ତାଲିମ ପ୍ରାୟ ୧ ମାସ ଚାଲୁଥିବା ବେଳେ ଉଭୟ ଥିଓରି ଓ ପ୍ରାକ୍ଟିକାଲ ରହିଛି। ଯାଜପୁର ଜିଲ୍ଲା ଛତିଆ ବିଦ୍ୟାଧରପୁରଠାରେ ରାଜ୍ୟ ପରିବହନ ବିଭାଗ ଓ ଅଶୋକ ଲେଲ୍ୟାଣ୍ଡର ମିଳିତ ଉଦ୍ୟମରେ ( ପିପିପି ମୋଡରେ) ୨୦୧୩ରେ ପ୍ରତିଷ୍ଠା ହୋଇଛି ଭାରୀଯାନ ଚାଳକ ପ୍ରଶିକ୍ଷଣ କେନ୍ଦ୍ର। ଏଠାରେ ବେକାର ଆଗ୍ରହୀ ପ୍ରାର୍ଥୀଙ୍କୁ ବସ୍ ଓ ଟ୍ରକ୍ ଆଦି ଭାରୀଯାନ ଚଳାଇବା ନିମନ୍ତେ ଏକମାସ ମାଗଣାରେ ତାଲିମ ଦିଆଯାଉଛି। ହଷ୍ଟେଲ ସୁବିଧା ସହ ଖାଇବାପିଇବାର ବ୍ୟବସ୍ଥା କରାଯାଇଛି। ଏବେ ଏଠାରେ ମହିଳାଙ୍କୁ ଟ୍ରକ, ଟ୍ରେଲର ଓ ବସ୍ ଆଦି ଚଳାଇବା ପାଇଁ ମାଗଣା ତାଲିମ ଦିଆଯାଉଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0