ବିନା ଦର୍ଶକରେ ହେବ ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ୍ । ଆଜି ଅହମ୍ମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ୍ । ବିନା ଦର୍ଶକରେ ଏହି ମ୍ୟାଚ୍ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ସରକାର । ରାଜ୍ୟରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ୨୪ ଘଣ୍ଚା ମଧ୍ୟରେ ଗୁଜରାଟରେ ୯୦୦ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ଏଥି ପାଇଁ ବିନା ଦର୍ଶକରେ ମ୍ୟାଚ ହେବା ନେଇ ଘୋଷଣା କରାଯାଇଛି । ବାକିଥିବା ଦୁଇଟି ମ୍ୟାଚ୍ ମଧ୍ୟ ବିନା ଦର୍ଶକରେ ହେବା ନେଇ ନିଷ୍ପତ୍ତି ହୋଇଛି । ସେପଟେ ଆଜିର ମ୍ୟାଚ୍ ଜିତି ସିରିଜରେ ଦବଦବା ଜାହିର କରିବା ପାଇଁ ଚେଷ୍ଟା କରିବେ ଉଭୟ ଦଳ । ପୂର୍ବରୁ ୨ଟି ମ୍ୟାଚରୁ ଭାରତ ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସିରିଜ୍ ବରାବର କରିଛନ୍ତି । ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁଛି ଟିମ ଇଣ୍ଡିଆ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0