ଭୁବନେଶ୍ୱର : ଖୋର୍ଦ୍ଧାରେ କରୋନା ଯୋଦ୍ଧା ଓ ସମାଜସେବୀଙ୍କୁ ସେମାନଙ୍କ ନିଷ୍ଠାପର କାର୍ୟ୍ୟ ପାଇଁ ସମ୍ମାନିତ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କନପେଂରେନ୍ସ ହଲରେ କାର୍ଯ୍ୟକ୍ରମକୁ ଅନୁଷ୍ଠିତ କରାଯାଇଥିଲା । କାର୍ଯ୍ୟକ୍ରମ ପବ୍ଲିକ ରାଇଟ୍ସ ଆସୋସିଏସନ୍ ଓ ଗାଡି ପରିଚାଳନା ଉନ୍ନୟନ ମହାସଂଘର ମିଳିତ ଆଁନୁକୁଲ୍ୟରେ ଏବଂ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭାରେ କରୋନା ସମୟରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ କ୍ୟାପିଟାଲ ହସ୍ପିଟାଲ ଅଧ୍ୟକ୍ଷ , ଡକ୍ଟର, ନର୍ସ, ହସ୍ପିଟାଲ ସ୍ୱିକୁ୍ୟରିଟି, ଆଇନଜୀବି ଓ ସମାଜସେବୀ ମାନଙ୍କୁ ସମ୍ମାନିତ କରଯାଇଥିଲା । ଉକ୍ତ ସଭାରେ ନୁ୍ୟଜ୬ ଓଡ଼ିଆ ପ୍ରତିନିଧି ଓ ସମାଜସେବି ମଧୁସୂଦନ ମିଶ୍ର ଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ! ପବ୍ଲିକ ରାଇଟ୍ସ ଆସୋସିଏସନର ଚ୍ୟାରମ୍ୟାନ ଜ୍ୟୋତିରମୟୀ ପଣ୍ଡାଙ୍କ ସମେତ ସମ୍ମାନିତ ଅତିଥି ଭୁବନେଶ୍ୱର ଉତ୍ତର ଏମ.ଏଲ.ଏ ସୁଶାନ୍ତ କୁମାର ରାଉତରାୟ ଅଧିକାର କୁମାର ପତି, ଆଡ଼ଭୋକେଟ୍ , କ୍ୟାପିଟାଲ ହସ୍ପିଟାଲ ଡ଼ାଇରେକ୍ଟର ଉପସ୍ଥିତ ଥିଲେ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0