ନୁ୍ୟଜ୍୬ଓଡ଼ିଆ: ଦିନକୁ ଦିନ ତେଲ ଦର ବଡ଼ିଚାଲିଛି । ଲଗାତାର ୧୩ ଦିନରେ ୭ଟଙ୍କା ବଢ଼ିଲାଣି ତେଲଦର । ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଚ୍ଛା ୭୮ଟଙ୍କା ୯୧ ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି ୭୫ ଟଙ୍କା ୨୭ ପଇସା ରହିଛି । କରୋନା କଟକଣା ସମୟରେ କ୍ରମାଗତ ୮୨ ଦିନ ଧରି ତୈଳ କଂପାନୀ ଗୁଡିକ ତୈଳ ଦରରେ କୌଣସି ସଂଶୋଧନ କରିନଥିଲେ । କିନ୍ତୁ ଗତ ୬ ତାରିଖରୁ କ୍ରମାଗତ ଭାବେ ତୈଳ କଂପାନୀ ଗୁଡିକ ଦର ବଢାଇ ଚାଲିଛନ୍ତି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦୁର୍ବଳ ହେଉଥିବାରୁ ଏବେ ତୈଳ ଦର କ୍ରମାଗତ ବଢି ଚାଲିଛି । ସରକାର ଉତ୍ପାଦ ଶୁଳ୍କ ହ୍ରାସ ନକଲେ ତୈଳ ଦରରେ ହ୍ରାସ ଆସିବ ନାହିଁ ବୋଲି ବିଶେଷଜ୍ଞ କହୁଛନ୍ତି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0