ଜାତୀୟ ରାଜପଥ ରେ ଗ୍ୟାସ ଲିକ। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ର କଡେଇ ଛକ ନିକଟରେ ଭାରତ ପେଟ୍ରୋଲିୟମ ଗ୍ୟାସ ଗାଡି ଟି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ କଡେଇ ଛକ ନିକଟରେ ବାଇକ ସହ ଧକା ଦେଇଥିଲା । ବାଇକ ଟି ଗାଡି ତଳେ ପଶିଯିବା ଫଳରେ ଗ୍ୟାସ ଗାଡି ର ଟାୟାର ଫାଟି ଯାଇଥିଲା । ଯାହା ଫଳରେ ବାଇକ ରେ ଥିବା ଦୁଇ ଜଣକୁ ଗୁରୁତର ଅବସ୍ଥା ରେ ବଡ଼ଚଣା ମେଡ଼ିକାଲ ରେ ଭର୍ତି କରାଯାଇଛି । ଦୁର୍ଘଟଣା ପରେ ଗ୍ୟାସ ଗାଡି ରୁ ଗ୍ୟାସ ଲିକ ହେବାରୁ ଲାଗିଛି । ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ଗ୍ୟାସ କୁ ନିୟତ୍ରାଣ କରିବାରେ ଚେଷ୍ଟା ଜାରି ରଖିଛି । ଜାତୀୟ ରାଜପଥ ରେ ଗୋଟିଏ ଲେନ ରେ ଗାଡି ଯିବା ଆସିବା କରୁଛି। ଗୋଟିଏ ପାଖ ରେ ଗାଡି ଚଳାଚଳ ବନ୍ଦ ରହିଛି। ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ଉପସ୍ଥିତ ରହିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0