ରାଉରକେଲା :ରାଉରକେଲା ଠାରେ ସ୍ବତନ୍ତ୍ର ସ୍ମାର୍ଟ ଗ୍ରୀଡ ଷ୍ଟେସନ ନିର୍ମାଣ କରାଯିବ। ରାଜ୍ଯ ଶକ୍ତି, ଶିଳ୍ପ, ଏମଏସଏମଇ, ଏବଂ ଗୃହ ମନ୍ତ୍ରୀ ଦିବ୍ଯ ଶଂକର ମିଶ୍ର ଗୁରୁବାର ସଂଧ୍ଯାରେ ମହାନଗର ନିଗମ ସମ୍ମିଳନୀର କକ୍ଷରେ ଅନୁଷ୍ଠିତ ବିଦ୍ୟୁତ ଏବଂ ଶିଳ୍ପର ବିକାଶ ଉପରେ ସମୀକ୍ଷା ବୈଠକରେ ଯୋଗ ଦେଇ ଏହା କହିଛନ୍ତି। ଏହି ବୈଠକରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ଏସପି ମୁକେଶ କୁମାର ଭାମୁ, ଅତିରିକ୍ତ ଜିଲ୍ଲା ପାଳ ତଥା ମହାନଗର ନିଗମ ଆୟୁକ୍ତ ଦିବ୍ଯଜ୍ଯୋତି ପରିଡ଼ା ଉପସ୍ଥିତ ଥିଲେ।
ଶ୍ରୀ ମିଶ୍ର ରାଉରକେଲା ସହରରେ କିପରି ବିଦ୍ୟୁତ ସରବରାହ ସଠିକ ଭାବରେ ସମସ୍ତଙ୍କ ପାଖକୁ ପହଞ୍ଚି ପାରିବ ସେ ଦିଗରେ ଦ୍ରୁଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଘରୋଇ, ବ୍ୟବସାୟିକ ତଥା ଶିଳ୍ପର ବ୍ଯବହାର ପାଇଁ ବିଦ୍ଯୁତ ସେବା କିପରି ଉନ୍ନତ ମାନର ହୋଇ ପାରିବ ସେଥି ପାଇଁ ସ୍ବତନ୍ତ୍ର ସ୍ମାର୍ଟ ଗ୍ରୀଡ ଷ୍ଟେସନ ନିର୍ମାଣ କରିବାକୁ ସଂପ୍ରକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କୁ ଯଥା ସମୟ ମଧ୍ଯରେ ଜାଗା ଚିହ୍ନଟ କରିବାକୁ କହିଥିଲେ। ଏହାଛଡା ବଣାଇଁ, ଗୁରୁଣ୍ତି ଆ ବ୍ଲକ ଗୁଡିକରେ ବିଜୁଳିର ହେଉଥବା ସମସ୍ୟା ଉପରେ ବିଧାୟକ ସାରଦା ପ୍ରସାଦ ନାୟକ ଅବଗତ କରାଇଥିଲେ। ଶ୍ରୀ ମିଶ୍ର ଏହାର ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ବିଦ୍ଯୁତ ବିଭାଗ, ଶିଳ୍ପ ଓ ଇଡକୋ ବିଭାଗର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
ଏହା ପୂର୍ବରୁ କ୍ୟାପଟେନ ମିଶ୍ର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମକୁ ମଧ୍ଯ ପରିଦର୍ଶନ କରି ଏବଂ ଷ୍ଟାଡ଼ିୟମର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଏଡିଏମ (ରାଉରକେଲା) ଦିବ୍ଯଜ୍ଯୋତି ପରିଡ଼ା, ଇଡକୋର ଡିଭିଜନାଲ ପ୍ରମୁଖ ବିଜୟ କୁମାର ମହାନ୍ତି, ଏଲଏଣ୍ଡଟିର ପ୍ରୋଜେକ୍ଟ ମ୍ୟାନେଜର ଏସ କେ ନାରାୟଣ ଏବଂ ଡିଜାଇନ ଟିମ ଉପସ୍ଥିତ ଥିଲେ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0