spot_img

‘ଫଟୋ ଅଫ୍ ୨୦୨୦’, ଯିବ କି କରୋନା?

ୟୁଏଇ: ସାରା ବିଶ୍ୱରେ କାୟା ମେଲାଇଛି କରୋନା । ଠିକ୍ ଏହି ସମୟରେ ଏକ ନବଜାତ ଶିଶୁର ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଛୁଆଟିର କାମ ଏମିତି ଥିଲା ଯାହା ସାଧାରଣରେ କରୋନାକୁ ନେଇ ସୃଷ୍ଟି କରିଛି ଗୁଜବ । ହଁ ପିଲାଟି ଜନ୍ମ ନେବା ପରେ ଆଖି ବନ୍ଦ ଅବସ୍ଥାରେ ହିଁ ସେ ଡାକ୍ତରଙ୍କ ମୁହଁରୁ ମାସ୍କ କାଢି ଦେଇଥିଲା । ନବଜାତଶିଶୁ ଏଭଳି କରିବାକୁ ନେଇ ଲୋକେ ଖୁବଶୀଘ୍ର କରୋନା ଶେଷ ହେବା ନେଇ ଶୁଭ ସଂକେତ ବୋଲି ମାନୁଛନ୍ତି । ୟୁଏଇରେ ଘଟିଛି ଏଭଳି ଘଟଣା । ୟୁଏଇ ଡାକ୍ତର ସମେର ଚାଏବ ଛୁଆର ଏକ ଫଟୋ ନେଇ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ସେ ଏହି ପୋଷ୍ଟରେ ମଧ୍ୟ ଲେଖିଛନ୍ତି କି ଛୁଆର ଏପରି ଆଚରଣ ଦେଖି ଲାଗୁଛି ଆମେ ଖୁବ୍ ଶୀଘ୍ର ମୁହଁରୁ ମାସ୍କ ହଟାଇବାକୁ ଯାଉଛେ । ଡାକ୍ତରଙ୍କ ଏହି ପୋଷ୍ଟ ପରେ ଲୋକେ ଏହି ଫଟୋକୁ ‘ଫଟୋ ଅଫ୍ ୨୦୨୦’ କହୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular