spot_img

୨୩ ମିଲିୟନ ଡଲାରର ଅନ୍ତରୀକ୍ଷ ଶୌଚାଳୟ

ବ୍ୟୁରୋ ରିପୋର୍ଟ: ୨୩ ମିଲିୟନ ଡଲାର ଖର୍ଚ୍ଚ କରି ନାସା ଏକ ନୂତନ ଅନ୍ତରୀକ୍ଷ ଶୌଚାଳୟ ନିର୍ମାଣ କରିଛି । ଟାଇଟେନିୟମ ଦ୍ୱାରା ନିର୍ମିତ ଏହି ଶୌଚାଳୟଟି ୟୁନିଭର୍ସଲ ବେଷ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ରୂପରେ ଜଣା ଯାଉଛି । ଅନ୍ତରୀକ୍ଷଯାତ୍ରୀଙ୍କ ସୁବିଧା ପାଇଁ ଏହାକୁ ଛୋଟ, ହାଲକା ଏବଂ ଆରାମଦାୟକ ଭାବେ ନିର୍ମାଣ କରାଯାଇଛି । ଏହି ଶୌଚାଳୟକୁ ଅନ୍ତରୀକ୍ଷର କୌଣସି ଏକ ଷ୍ଟେସନରେ ସ୍ଥାପିତ କରିବା ପାଇଁ ସେପ୍ଟେମ୍ବର ୩୦ରେ ଅନ୍ତରୀକ୍ଷକୁ ପଠାଇବା ପାଇଁ ପ୍ରସ୍ତୁତ କରାଯାଇଥିଲା । ମାତ୍ର କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ପ୍ରେରଣର ମାତ୍ର ୨ ମିନିଟ ୪୦ ସେକେଣ୍ଡ ପୂର୍ବରୁ ଏହାକୁ ରୋକି ଦିଆଯାଇଛି । ଆଜି ରାତିରେ ଏହାକୁ ପ୍ରେରଣ କରାଯିବାର ଯୋଜନା ରଖିଛି ନାସା । ଏହି ରିସପ୍ଲିଲି ସ୍ପେସକ୍ରାଫ୍ଟର ନାମ ଭାରତୀୟ ମହାକାଶଚାରୀ କଳ୍ପନା ଚାୱଲାଙ୍କ ନାମ ଅନୁସାରେ ରଖାଯାଇଛି । ଏନେଇ ନାସା ତରଫରୁ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular