spot_img

ଆଜି ପିପିଲି ଉପନିର୍ବାଚନ ଟକ୍କର

ଆଜି ହେଉଛି ପିପିଲି ଉପନିର୍ବାଚନ | ସେଥିପାଇଁ ପ୍ରସ୍ତୁତ ଅଛନ୍ତି ତିନି ଦଳର ପ୍ରମୁଖ ପ୍ରାର୍ଥୀ | ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ ତାଙ୍କ ପରିବାର ସଦସ୍ୟ ଆଜି ଭୋଟ୍ ଦେଇଛନ୍ତି । ରୁଦ୍ରଙ୍କ ସହ ସାଙ୍ଗରେ ବୁଥକୁ ଆସିଥିଲା ତାଙ୍କ ମାଆ, ପତ୍ନୀ, ଉଭଣୀ ଓ ଭିଣୋଇ । ପତ୍ନୀ ଜାଗୃତି ମହାରଥୀ, ମାଆ ପ୍ରତିଭା ମହାରଥୀ, ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ବି ଭୋଟ୍ ଦେଇଛନ୍ତି । ଭୋଟ୍ ଦେବାକୁ ଆସିଥିବା ବେଳେ ରୁଦ୍ରଙ୍କ ମାଆ ତଥା ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି, ମହାରଥୀଙ୍କ ଗଡ଼ରେ କେହି ପ୍ରବେଶ କରି ନାହାନ୍ତି କି କରି ପାରିବେ ନାହିଁ । ପୁଅ ଉପରେ ପିପିଲିବାସୀଙ୍କ ଆଶୀର୍ବାଦ ରହିଛି । ସେପଟେ ନିଜ ଭୋଟ୍ ଦେଇଛନ୍ତି ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ୨୩୪ ନମ୍ବର ବୁଥର କମାକନ୍ତିଆ ସରକାରୀ ଉଚ୍ଚବିଦ୍ୟାଳୟର ସେ ଭୋଟ୍ ଦେଇଛନ୍ତି । ସମର୍ଥକଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଆଶ୍ରିତ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular