ଗତ ୨୨ ତାରିଖରେ ଭିସୁଟ ପୁଲହ ହଷ୍ଟେଲରେ ଜଣେ ତୃତୀୟ ବର୍ଷର ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ବୁର୍ଲା ଭିସୁଟରେ ୩ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭିସୁଟ । ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ ଓ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ରଷ୍ଟିକେଟ୍ କରାଯାଇଛି । ବିଶ୍ୱ ବିଦ୍ୟାଳୟ ଶୃଙ୍ଖଳା କମିଟି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଭିସୁଟ ପକ୍ଷରୁ ଏକ କମିଟି ତଦନ୍ତ କରି କୁଳପତିଙ୍କୁ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟ ଆଧାରରେ କୁଳପତି ଏହି ଶକ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଶୃଙ୍ଖଳା କମିଟି ବୈଠକ ଦେଇଥିବା ରିପୋର୍ଟରେ ବ୍ୟକ୍ତିଗତ ଆକ୍ରୋଶ ଏବଂ ପୂର୍ବ ଶତ୍ରୁତାକୁ ନେଇ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ନେଇ ଉଲ୍ଲେଖ ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0