spot_img

ମୁମ୍ବାଇ ସିଟି ଏଫସିକୁ ପରାସ୍ତ କଲା ନର୍ଥଇଷ୍ଟ ୟୁନାଇଟେଡ

ଗୋଆ: ଚଳିତ ବର୍ଷ ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ସିଟି ଏଫସିକୁ ପରାସ୍ତକରି ବିଜୟ ଅଭିଯାନ ଆରମ୍ଭ କଲା ନର୍ଥଇଷ୍ଟ ୟୁନାଇଟେଡ । ତିଲକ ମଇଦାନ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ନର୍ଥଇଷ୍ଟ ୧-୦ ଗୋଲ ଦେଇ ମୁମ୍ବାଇ ସିଟି ଭଳି ଏକ ଶକ୍ତିଶାଳୀ ଦଳକୁ ପରାସ୍ତ କରିଛି । ତେବେ ଉଭୟଙ୍କ ପ୍ରଥମାଦ୍ଧରେ ଗୋଲ ଶୂନ୍ୟ ଥିଲା । ଦ୍ୱିତୀୟାଦ୍ଧ ଆରମ୍ଭ ହେବାର ୪୯ ମିନିଟ ପରେ ନର୍ଥଇଷ୍ଟ ପ୍ରଥମ ଗୋଲ ମୁମ୍ବାଇକୁ ଦେଇଥିଲା । ତେବେ ଏହି ଗୋଲଟି ନର୍ଥଇଷ୍ଟର ଘାନା ଷ୍ଟ୍ରାଇକର କ୍ୱେସି ଅପିଆ ପେନାଲ୍ଟି ଜରିଆରେ ଏକ ଚମକ୍ରାର ଗୋଲ ଦେଇଥିଲେ । ଅନ୍ୟପଟେ ବିପକ୍ଷ ମୁମ୍ବାଇ ଦଳ ପାସ ଆକୁ୍ୟରେସିରେ ଆଗରେ ଥିଲେ ମଧ୍ୟ ମ୍ୟାଚକୁ ଜିତିବାରେ ଅସମର୍ଥ ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular