ଇସଲାମାବାଦ: ପାକିସ୍ତାନରେ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଉଥିବା ବେଳେ ଏକ ଜନବହୁଳ ଅଞ୍ଚଳରେ ଖସି ପଡିଥିଲା । ଏଥିରେ ଅନେକ ଲୋକ ଆହତ ହେବା ସହ ଅନେକ ଘର ଧ୍ୱଂସ ହୋଇଥିଲା । ବଲୁଚିସ୍ତାନ ରିପବ୍ଲିକନ ପାର୍ଟି ଟ୍ଵିଟ୍ କରି କହିଛି ଯେ ପାକିସ୍ତାନୀ ଆର୍ମି ବୁଧବାର ଶାହିନ-୩ ମିସାଇଲ ପରୀକ୍ଷଣ କରିଛି। ଏହି ମିସାଇଲ ଡେରା ଗାଜି ଖାନର ରାଖୀ ଇଲାକାରୁ ନିକ୍ଷେପ କରାଯାଇଥିଲା। ହେଲେ ଏହା ଡେରା ବୁଗତିରେ ଜନବହୁଳ ଅଞ୍ଚଳରେ ଆସି ଖସିଥିଲା। ବଲୁଚିସ୍ତାନ ରିପବ୍ଲିକନ ପାର୍ଟିର ମୁଖପାତ୍ର ଶେର ମହମ୍ମଦ ବୁଗତି ମିସାଇଲ ପରୀକ୍ଷଣ ସମୟରେ ଲୋକେ ଆହତ ହୋଇଥିବା ସୂଚନା ଦେଇଛନ୍ତି। ସେ ଟ୍ଵିଟ୍ କରିଛନ୍ତି ଯେ, ପାକିସ୍ତାନୀ ସେନା ବଲୁଚିସ୍ତାନକୁ ପ୍ରୟୋଗଶାଳାରେ ପରିଣତ କରିଛନ୍ତି। ଏହି ମିସାଇଲ ସାଧାରଣ ଲୋକଙ୍କ ଉପସ୍ଥିତିରେ ନିକ୍ଷେପ କରାଯାଇଥିଲା। ଏଥିରେ ୧୨ରୁ ଉର୍ଦ୍ଧ୍ଵ ଘର ଧ୍ଵଂସ ହୋଇ ଯାଇଛି ଓ ଅନେକ ଲୋକ ଆହତ ହୋଇଛନ୍ତି।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0