ନୂଆଦିଲ୍ଲୀ: ସାରା ବିଶ୍ୱ ପ୍ରଦୂଷଣ ରୋକିବାକୁ ବିଦ୍ୟୁତ୍ ଚାଳିତ ଯାନ ଉପରେ ଗୁରୁତ୍ୱ ଦେଉଛି । ସାରା ବିଶ୍ୱ ପ୍ରଦୂଷଣ ରୋକିବାକୁ ବିଦ୍ୟୁତ୍ ଚାଳିତ ଯାନ ଉପରେ ଗୁରୁତ୍ୱ ଦେଉଛି । ଭାରତରେ ବି ଏନେଇ ସରକାରଙ୍କ ତରଫରୁ ପ୍ରୟାସ ଆରମ୍ଭ କରାଯାଉଛି । ହେଲେ ସରକାରଙ୍କ ଉଦ୍ୟମ ପରେ ବି ଭାରତରେ ବିଦ୍ୟୁତ୍ ଚାଳିତ ଯାନ ବ୍ୟବହାରକାରୀଙ୍କ ସଂଖ୍ୟା ବିଶେଷ ବୃଦ୍ଧି ହେଉନଥିବା ନଜର ଆସିଛି । ଏହାକୁ ନେଇ ସରକାର ଚିନ୍ତାରେ ଥିବା ବେଳେ କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି ।
ପ୍ରଥମତଃ ଭାରତରେ ବିଦ୍ୟୁତ ଚାଳିତ ଯାନର ବ୍ୟବହାର କାହିଁକି ବୃଦ୍ଧି ପାଉନାହିଁ ତା’ ଉପରେ ବିଭାଗ ତର୍ଜମା କରିଛି । ଏହି ତର୍ଜମାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ବିଦ୍ୟୁତ୍ ଚାଳିତ ଯାନ ପାଇଁ ଭିତ୍ତିଭୂମିର ବିକାଶ ଠିକ ଦିଗରେ ହୋଇପାରି ନାହିଁ । ଏହି ଅଭାବକୁ ଦୂର କରିବାକୁ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଦେଶରେ ପ୍ରଥମଥର ପାଇଁ ଇ-ହାଇୱେ ନିର୍ମାଣ କରିବାକୁ ବିଭାଗ ତରଫରୁ ଏକ ବିଦେଶୀ କମ୍ପାନି ସହିତ ଆଲୋଚନା ହେଉଛି । ଯଦି ଏହି ଆଲୋଚନା ସଫଳ ହୁଏ ତେବେ ଦିଲ୍ଲୀ-ଜୟପୁର ମଧ୍ୟରେ ଦେଶର ପ୍ରଥମ ଇ-ହାଇୱେ ପ୍ରକଳ୍ପ କାମ ଆରମ୍ଭ କରାଯିବ ।
ବିଦ୍ୟୁତ୍ ଚାଳିତ ଯାନ କିଣୁଥିବା ଲୋକମାନଙ୍କର ପ୍ରଥମ ଅଭିଯୋଗ ଆସୁଛି କି ରାଜପଥରେ ସରକାର କିମ୍ବା ଘରୋଇ କମ୍ପାନି ଦ୍ୱାରା କୌଣସି ଚାର୍ଜିଂ ଷ୍ଟେସନ ନଥିବାରୁ ସେମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ ଦୂର କରିବାକୁ ବିଭାଗୀୟ ମନ୍ତ୍ରୀ ନିତିନ ଗଡକରୀ ଇ-ହାଇୱେ ନିର୍ମାଣ ନେଇ ଯୋଜନା କରୁଛନ୍ତି । ସେ କହିଛନ୍ତି କି ଜଣେ ପରିବହନ ମନ୍ତ୍ରୀ ଭାବେ ତାଙ୍କର ସଂକଳ୍ପ ରହିଛି କି ଦେଶରେ ପେଟ୍ରୋଲ ଓ ଡିଜେଲର ବ୍ୟବହାରକୁ ଯେତେ କମ କରାଇପାରିବେ ତାହା ତାଙ୍କର ଶ୍ରେଷ୍ଠ ଉପଲବ୍ଧି ହେବ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0