ନୂଆଦିଲ୍ଲୀ: ମହାମାରୀ କରୋନାର ଭୟାବହତା ପରେ ଧୀରେ ଧୀରେ ଅନ୍ଲକ୍ ପରିସ୍ଥିତି ଆରମ୍ଭ କରାଯାଇଥିଲା । କିନ୍ତୁ ପରିସ୍ଥିତିର ଗମ୍ଭୀରତାକୁ ଦେଖି ପୁଣିଥରେ ବିଭିନ୍ନ ରାଜ୍ୟରେ ଲକ୍ ଡାଉନ୍ ଜାରି କରାଯାଇଛି । ପୂର୍ବର ଚାରି ପର୍ଯ୍ୟାୟ ଲକ୍ ଡାଉନ୍ ପରି ସମାନ ପ୍ରକାର କଟକଣା ନାହିଁ । କିନ୍ତୁ ସ୍ଥାନରେ ସଂକ୍ରମଣର କ୍ଷୀପ୍ରତା ଓ ଜନ ଜୀବନକୁ ଚଳମାନ କରିବା ଲକ୍ଷ୍ୟରେ ରାଜ୍ୟମାନଙ୍କରେ କେଉଁଠି ସମ୍ପୂର୍ଣ୍ଣ ତ କେଉଁଠି ଆଂଶିକ ଓ ସାପ୍ତାହିକ ଲକ୍ ଡାଉନ୍ ଜାରି କରାଯାଇଛି । ବିହାର, ସିକିମ୍ ଓ ନାଗାଲାଣ୍ଡ ଭଳି ରାଜ୍ୟ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ସପ୍ତାହକୁ ଦୁଇ ଦିନ ଲକ୍ ଡାଉନ ଘୋଷଣା କରାଯାଇଛି । ଆସାମର କାମରୂପ ଜିଲ୍ଲା, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଏବଂ ଛତିଶଗଡ଼ର ରାୟପୁର ପରି ୩୨୬ଟି ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ସମେତ ମୋଟ ୭୩୪ଟି ଜିଲ୍ଲାରେ ମଧ୍ୟ ବିଭିନ୍ନ ପ୍ରକାର ଲକ୍ ଡାଉନ୍ ସ୍ଥିତି ଲାଗୁ ହୋଇଛି। ସୂଚନା ଥାଉ କି, ଗତ ଜୁନ୍ ପହିଲାରେ କେନ୍ଦ୍ର ସରକାର ଦେଶବ୍ୟାପୀ ଜାରି ହୋଇଥିବା ଜାତୀୟ ଲକ୍ ଡାଉନ୍ କଟକଣାକୁ ହଟାଇ ନେଇଥିଲେ। ତେବେ ଆବଶ୍ୟକ ସ୍ଥଳେ ରାଜ୍ୟମାନେ ନିଜ ସୁବିଧାରେ ନିଜ ଅଞ୍ଚଳମାନଙ୍କରେ ଲକ୍ ଡାଉନ୍ କିମ୍ବା ଅନ୍ୟ କୌଣସି କଟକଣା କରିପାରିବେ ବୋଲି ସୁପାରିସ କରିଥିଲେ। ଲକ୍ଡାଉନ୍ ହଟିବା ପରଠାରୁ ଦେଶରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଜୁନ୍ ୧ରୁ ଜୁଲାଇ ୨୦ ଭିତରେ ପାଖାପାଖି ଦୁଇଗୁଣା( ୬,୦୪,୯୯୩ରୁ ବଢ଼ି ୧୧,୫୩,୪୨୮) ହୋଇଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0