ବାସ୍ତବ ନିୟନ୍ତ୍ରଣ ରେଖା ସେପାରିରେ ଚୀନ୍ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିଥିଲେ ବି ଭାରତୀୟ ସେନା ଯେକୌଣସି ପ୍ରକାର ପରିସ୍ଥିତର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ବୋଲି ପୂର୍ବ ଲଦାଖର ସୀମାବର୍ତ୍ତୀ ଅଞ୍ଚଳରେ ନିରାପତ୍ତା ସମୀକ୍ଷା କରୁଥିବା ସେନା ମୁଖ୍ୟ ଜେନେରାଲ୍ ଏମ୍.ଏମ୍. ନରୱଣେ ଆଜି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଅଧିକ ସୈନ୍ୟ ମୁତୟନ ନିମନ୍ତେ ଚୀନ୍ ତା’ ପଟରେ ବହୁସଂଖ୍ୟକ ଭିତ୍ତିଭୂମି ନିର୍ମାଣ କରିଛି। ମୁକାବିଲା କରିବା ଲାଗି ପ୍ରସ୍ତୁତ ଥାଇ ଆମେ ସେ ସବୁ ଅନୁଧ୍ୟାନ କରୁଛୁ। ଆମେ ଉନ୍ନତ ଅସ୍ତ୍ରଶସ୍ତ୍ର ସାମିଲ କରିଛୁ। ଆମେ ଶକ୍ତିଶାଳୀ ହୋଇଥିବାରୁ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ଲାଗି ପ୍ରସ୍ତୁତ ଅଛୁ। ଅଗଷ୍ଟ ପ୍ରାରମ୍ଭରେ ‘ଗୋଗ୍ରା ପଏଣ୍ଟ୍’ରୁ ଦୁଇ ଦେଶ ଦ୍ବିତୀୟ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର କରିବାର ପ୍ରାୟ ଦୁଇ ମାସ ନ ପୂରୁଣୁ ସେନାମୁଖ୍ୟ ପୂର୍ବ ଲଦାଖ ଗସ୍ତ କରିଛନ୍ତି। ସୈନ୍ୟ ଅପସାରଣ ନିମନ୍ତେ ସବୁ ସ୍ତରରେ ଆଲୋଚନା ଚାଲିଛି ଏବଂ ଏଯାବତ୍ ୧୨ ରାଉଣ୍ଡ୍ ବୈଠକ ବସି ସାରିଲାଣି। ଖୁବ୍ ଶୀଘ୍ର ୧୩ଶ ରାଉଣ୍ଡ୍ ବୈଠକ ବସିବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0