ଭୁବନେଶ୍ୱର : ଯୁକ୍ତ୨ କଲେଜରେ ଖାଲି ଥିବା ସିଟଗୁଡ଼ିକରେ ନାମଲେଖା ଲାଗି ଆଜି ଅପରାହ୍ନ ୨ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅକ୍ଟୋବର ୬ରୁ ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଯେଉଁ ଛାତ୍ରଛାତ୍ରୀ ନାମ ଲେଖାଇଲେ ସେମାନଙ୍କ ତଥ୍ୟ ୧୮ ତାରିଖ ସନ୍ଧ୍ୟା ୬ଟାରେ ସାମ୍ସ ଇ-ସ୍ପେସ୍ରେ ଉପଲବ୍ଧ ହେବ। ୧୩ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍ ସିଲେକ୍ସନ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବ। ଏହି ଦିନ ପୂର୍ବାହ୍ନ ୧୧ଟା ୩୦ରୁ ୧୫ ତାରିଖ ଅପରାହ୍ନ ୨ଟା ମଧ୍ୟରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ। ୧୫ ତାରିଖ ସନ୍ଧ୍ୟାରେ ସ୍ପଟ୍ ନାମଲେଖା ଲାଗି ଚୂଡ଼ାନ୍ତ ଛାତ୍ରଛାତ୍ରୀଙ୍କ ତାଲିକା ବାହାରିବ। ୧୬ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ। ଯେଉଁ ଛାତ୍ରଛାତ୍ରୀ ନାମ ଲେଖାଇଲେ ସେମାନଙ୍କ ତଥ୍ୟ ୧୭ ତାରିଖ ସନ୍ଧ୍ୟା ୬ଟାରେ ଇ-ସ୍ପେସରେ ଉପଲବ୍ଧ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।



Visitors Today : 2
Total Visitors : 130537
Total Views : 9892086
Visitors Online Now : 0