ଗୋଆ: ଇଣ୍ଡିଆନ ସୁପରଲିଗରେ ମୁମ୍ବାଇ ସିଟି ଏଫସିକୁ ୨-୧ରେ ହରାଇଲା ନର୍ଥଇଷ୍ଟ ୟୁନାଇଟେଡ । ଏହି ବିଜୟ ସହ ନର୍ଥଇଷ୍ଟର କ୍ରମାଗତ ଭାବରେ ତୃତୀୟଥର ଜିତିଛି । ତେବେ ମାତ୍ର ୩ ମିନିଟରେ ମଧ୍ୟରେ ନର୍ଥଇଷ୍ଟର ଡେଶୋର୍ନ ବ୍ରାଉନ ୨ଟି ଗୋଲ ସ୍କୋର କରି ପ୍ରଥମାର୍ଦ୍ଧରେ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ । ଏହାର ଜବାବରେ ମୁମ୍ବାଇ ଦଳର ଆଡାମ ଲେ ଫୋଣ୍ଡ୍ରେ ୮୫ ମିନିଟରେ ଗୋଲ ଦେଇଥିଲେ । ଅନ୍ୟପଟେ ଇଞ୍ଜୁରି ଟାଇମ ବାବଦରେ ୬ ମିନିଟ ଖେଳ ହୋଇଥିଲେ ମଧ୍ୟ ଗୋଲ ସମ୍ଭବ ହୋଇ ନଥିଲା । ଫଳରେ ନର୍ଥଇଷ୍ଟ ମ୍ୟାଚକୁ ଅତି ସହଜରେ ଜିତିଯାଇଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0