spot_img

ଛଟ ପୂଜା ପାଇଁ ପ୍ରସ୍ତୁତ କର ମା’ ଦିଲ୍ଲୀରେ ଆପଣଙ୍କ ପୁଅ ବସିଛି: ପ୍ରଧାନମନ୍ତ୍ରୀ

ବିହାର: ମଙ୍ଗଳବାର ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଯାଉଛି । ସବୁ ଦଳ ନିଜ ନିଜ ପ୍ରଚାରରେ ଲାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଚାର କରିଛନ୍ତି । ଏହି ସମୟରେ ସେ ବିରୋଧିଙ୍କୁ ଟାର୍ଗେଟ କରିଥିବା ବେଳେ ବିିହାର ମହିଳାଙ୍କ ଉଦେ୍ଦଶ୍ୟରେ ଯାହା କହିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୋଦି କହିଛନ୍ତି, ଛଟ ପୂଜା ପାଇଁ ପ୍ରସ୍ତୁତ କର ମା’ ଦିଲ୍ଲୀରେ ଆପଣଙ୍କ ପୁଅ ବସିଛି । କରୋନା ସମୟରେ ମୋଦି ଘୋଷଣା କରିଥିଲେ କି ଛଟ ପୂଜା ପର୍ଯ୍ୟନ୍ତ ଗରିବଙ୍କୁ ମାଗଣାରେ ରାଶନ ଯୋଗାଇ ଦିଆଯିବ । ମୋଦି ସରକାର ବିହାରର ଗରିବ ମହିଳାଙ୍କୁ ମଧ୍ୟ ରାସନ ଯୋଗାଇ ଦେଇଛନ୍ତି । ତେଣୁ ବିହାରର ମା’ ଏବେ ଆଉ ଭୋକିଲା ନାହିଁ । ଏବେ ସେ ଛଟ ପୂଜା ପାଇଁ ପ୍ରସ୍ତୁତ ହେବା ଦରକାର କାରଣ ଦିଲ୍ଲୀରେ ତାଙ୍କ ପୁଅ ବସିଛି ବୋଲି ମୋଦି କହିଛନ୍ତି । ଯିଏ ବିହାରବାସୀଙ୍କ ସମସ୍ୟାର ସମାଧାନ କରିବ । ଏବେ ଗଙ୍ଗା କୂଳରେ ଛଟ ପୂଜା ପାଇଁ ଭିଡ ଲାଗୁଥିବା ବେଳେ ସମସ୍ତେ ସ୍ୱଚ୍ଛ ଗଙ୍ଗାଜଳ ପାଉଛନ୍ତି ବୋଲି ମୋଦି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular