ବାରଙ୍ଗ : ମା’ ବାଘୁଣୀ ସ୍ନେହାର ୨ ଶିଶୁପୁତ୍ର ଅଚାନକ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରାୟ ବର୍ଷକର ଏହି ଦୁଇ ଶିଶୁପୁତ୍ର ଲବ ଓ କୁଶଙ୍କ ଅସୁସ୍ଥତା ଏବେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି। ଉଭୟ ଲବ ଓ କୁଶ ଭଲଭାବେ ଚାଲି ପାରୁନଥିବାରୁ ସେମାନଙ୍କ ରୋଗକୁ ନେଇ ଅଧିକ ଚିନ୍ତାରେ ପଡ଼ିଛନ୍ତି କର୍ତ୍ତୃପକ୍ଷ। ଲବ ସାମାନ୍ୟ ଛୋଟାଉଥିବାବେଳେ କୁଶ ଘୁଷୁଡ଼ି ଘୁଷୁଡ଼ି ଚାଲୁଛି। ବାଘ ଛୁଆ ଦୁଇଟି ମା’ ସ୍ନେହା ସହିତ ୨୦ ନମ୍ବର ଖୁଆଡ଼ରେ ରହୁଥିଲେ। ଗତ ୨୫ ତରିଖରେ ସେମାନଙ୍କୁ ବାଘ ସଫାରି ପାଖ ୩୨ ନମ୍ବର ଖୁଆଡ଼କୁ ସ୍ଥାନାନ୍ତର କରାଯାଇଥିଲା। ଗତ ୨୮ ତାରିଖରେ ହଠାତ ଦୁଇ ଭାଇ ଅସୁସ୍ଥ ହୋଇ ପଡ଼ିଥିଲେ। ଉଭୟ ଛୋଟେଇ ଛେଟେଇ ଚାଲିଥିଲେ। କୁଶର ପଛଗୋଡ଼ ଦୁଇଟି ସଂପୂର୍ଣ୍ଣ ଅଚଳ ହୋଇଯିବାରୁ ସେ ଘୁଷୁଡ଼ି ଘୁଷୁଡ଼ି ଚାଲୁଥିଲା। କିନ୍ତୁ ଲବ ସାମାନ୍ୟ ଛୋଟେଇ ଚାଲିଥିଲା। ଚିକିତ୍ସକମାନେ ତୁରନ୍ତ ଦୁଇଜଣଙ୍କର ଚିକିତ୍ସା ଆରମ୍ଭ କରିଥିଲେ। କୁଶକୁ ପ୍ରାଣୀ ଚିକିତ୍ସାକେନ୍ଦ୍ରର ପୃଥକୀକରଣ କକ୍ଷକୁ ଅଣାଯାଇଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0