ପ୍ରଧାନମନ୍ତ୍ରୀ ନରେନ୍ଦର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ବୁଧବାର ରାତିରେ ହ୍ୟାକ୍ ହୋଇଛି । କିଛି ସମୟ ମଧ୍ୟରେ ଏହାକୁ ସୁଧାରି ଦିଆଯାଇଥିଲା । ଏହି ମାମଲାକୁ ଟ୍ୱିଟର ମଧ୍ୟ ସ୍ୱୀକାର କରିଛି । କିଛି ଦିନ ପୂର୍ବରୁ ବାରାକ ଓବାମା , ଏଲନ ମସ୍କଙ୍କ ଭଳି ବିଖ୍ୟାତ ଲୋକଙ୍କ ଟ୍ୱିଟର ହ୍ୟାକିଂ ମଧ୍ୟ ଠିକ୍ ଏହିପରି ହୋଇଥିଲା । ଏମାନଙ୍କର ଟ୍ୱିଟର ହ୍ୟାକ୍ କରିବା ପରେ ହ୍ୟାକର ବିଟକଏନ୍ ମାଗିଥିଲେ । ପିଏମ ମୋଦୀଙ୍କର ବ୍ୟକ୍ତିଗତ ୱେବସାଇଟ narendramodi.in ର ଟ୍ୱିଟର ଆକାଉଣ୍ଟ୍ ରେ ୱେବସାଇଟ ସହ ଜଡ଼ିତ ଓ NaMo App ସହ ଜଡ଼ିତ ଅପଡେଟ୍ସ ଦିଆଯାଇଥାଏ । ସମାଚାର ଏଜେନ୍ସି ରାଇଟର୍ସକୁ ଟ୍ୱିଟର ଦେଇଥିବା ତଥ୍ୟରେ ଜଣେଇ ଦିଆଯାଇଛି କି ନରେନ୍ଦ୍ର ମୋଦୀଙ୍କ ୱେବସାଇଟରେ ଯାହା ହୋଇଛି, ତା’ର ତଥ୍ୟ ଆମ ପାଖରେ ଅଛି, ଓ ଆମେ ତା’ ଉପରେ ସୁଧାରିବାକୁ ପ୍ରୟାସ କରୁଛୁ । ଟ୍ୱିଟର ପ୍ରବକ୍ତାଙ୍କ କହିବାନୁସାରେ ଏହି ଆକାଉଣ୍ଟ ବ୍ୟତୀତ ଅନ୍ୟ କୌଣସି ଆକାଉଣ୍ଟ ଉପରେ କିଛି ପ୍ରଭାବ ପଡ଼ିନାହିଁ । ସୂଚନାଯୋଗ୍ୟ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଆକାଉଣ୍ଟ (@narendramodi) ଦୁନିଆର ସବୁଠାରୁ ଅଧିକ ନେତା ଫଲୋ କରୁଥିବା ଅକାଉଣ୍ଟ ମଧ୍ୟରୁ ଅନ୍ୟତମ । ଏହା ଛଡ଼ା @PMOIndia ରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସହ ଜଡ଼ିତ ସୂଚନା ମିଳିଥାଏ । @narendramodi_in ଆକାଉଣ୍ଟ କେବଳ ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟ ଓ ନମୋ ଆପ୍ ସହ ଜଡ଼ିତ ଅପଡେଟସ ଦେଇଥାଏ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0